୧୦୧ ବର୍ଷ ମଧ୍ୟରେ ଡିସେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି
ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ୧୦୧ ବର୍ଷ ମଧ୍ୟରେ ଡିସେମ୍ବରରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା। ଡିସେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ବୃଷ୍ଟିପାତ (୭୫.୭ ମିଲିମିଟର) ୧୯୨୩ ମସିହା ଡିସେମ୍ବର ୩ ତାରିଖରେ ରେକର୍ଡ କରାଯାଇଥିଲା।
ଜାତୀୟ ରାଜଧାନୀର ଆଖପାଖ ଅଞ୍ଚଳରେ ମଧ୍ୟ ଶନିବାର ବର୍ଷା ହେବା ଫଳରେ ତାପମାତ୍ରା ୧୩ ଡିଗ୍ରି ତଳକୁ ଖସି ଆସିଛି। ବର୍ଷା ମଧ୍ୟରେ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା 'ମଧ୍ୟମ' ଶ୍ରେଣୀରେ ରହିଛି ଏବଂ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୧୭୯ ରହିଛି।
ଏହାପୂର୍ବରୁ ଦିଲ୍ଲୀରେ ଶୁକ୍ରବାର ପର୍ଯ୍ୟନ୍ତ ୧୫ ବର୍ଷ ମଧ୍ୟରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି। ଏହି କାରଣରୁ ଗତକାଲି ସହରର ସର୍ବାଧିକ ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ହ୍ରାସ ପାଇ ୧୪.୬ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା। ଏହି କାରଣରୁ, ଗତ ୫ ବର୍ଷ ମଧ୍ୟରେ ଏହା ସବୁଠାରୁ ଥଣ୍ଡା ଦିନ ରେକର୍ଡ ହୋଇଥିଲା। ଆଜି(ଶନିବାର) ମଧ୍ୟ ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି।













Click it and Unblock the Notifications