Delhi Rajya Sabha Election: ଜେଲରେ ଥିବା ସଞ୍ଜୟ ସିଂ ପୁଣି ହେବେ ସାଂସଦ, ପ୍ରଥମ ଥର ସଂସଦ ଯିବେ ସ୍ୱାତି ମାଲିୱାଲ
Delhi Rajya Shabha Election: ଦିଲ୍ଲୀ-ପଞ୍ଜାବର ଶାସକ ଦଳ ଆମ୍ ଆଦମୀ ପାର୍ଟି ସ୍ୱାତି ମାଲିୱାଲଙ୍କୁ ରାଜ୍ୟସଭାକୁ ପଠାଇବ ସେହିପରି ଜେଲରେ ଥିବା ସଞ୍ଜୟ ସିଂ ପୁଣିଥରେ ରାଜ୍ୟସଭା ସାଂସଦ ହେବା ନେଇ ସୂଚନା ରହିଛି ଏବଂ ସେହିପରି ଦଳ ND ଗୁପ୍ତାଙ୍କୁ ତୃତୀୟ ପ୍ରାର୍ଥୀ ଭାବରେ ଚୟନ କରିଛି । ରାଜ୍ୟସଭା ସାଂସଦ ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ।
ବାସ୍ତବରେ ଦିଲ୍ଲୀର ସମସ୍ତ ତିନିଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଜାନୁଆରୀ 27 ରେ ଶେଷ ହେବ। ଏହି ଆସନଗୁଡ଼ିକ ଉପରେ ନିର୍ବାଚନ ଜାନୁଆରୀ 19 ରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ତିନିଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା। ନାମାଙ୍କନ ପତ୍ରର ଶେଷ ତାରିଖ ହେଉଛି ଜାନୁଆରୀ 10 ।

AAP ର ରାଜନୈତୀକ ବ୍ୟାପାର କମିଟି (ପିଏସି) ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତି ମାଲିୱାଲଙ୍କୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ମନୋନୀତ କରିଛି। ଏହା ବ୍ୟତୀତ ସଞ୍ଜୟ ସିଂ ଏବଂ ଏନଡି ଗୁପ୍ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ସାଂସଦ ଭାବରେ ମନୋନିତ କରାଯିବାର ସୂଚନା ରହିଛି ।












Click it and Unblock the Notifications