Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା: ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା । ପ୍ରୟାଗରାଜ ଯିବାକୁ ଥିବା ଅସମ୍ଭାଳ ଭିଡ ଯୋଗୁ ନୂଆ ଦିଲ୍ଲୀ ଷ୍ଟେସନରେ ଦଳା ଚକଟା ହୋଇଛି । ଏଥିରେ ୧୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ୯ଜଣ ମହିଳା, ୪ଜଣ ପୁରୁଷ ଓ ୩ ଜଣ ଶିଶୁ ଅଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସପ୍ତାହାନ୍ତ ଯୋଗୁଁ ଷ୍ଟେସନରେ ପ୍ରବଳ ଭିଡ଼ ଥିବା ସୂଚନା ମିଳିଛି ।

ଅନ୍ୟପଟେ ପ୍ରୟାଗରାଜ ଯିବା ପାଇଁ ପ୍ରବଳ ଶ୍ରଦ୍ଧାଳୁ ଜମା ହୋଇଥିଲେ । କିଛି ଯାତ୍ରୀ ମିଛ ଗୁଜବ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଗୁଜବ ପରେ ଯାତ୍ରୀଙ୍କ ମଧ୍ୟରେ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା । ପ୍ଲାଟଫର୍ମ ୧୩, ୧୪ ରେ ଦଳାଚକଟା ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୨ଟି ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି ।

Delhi Railway Station Stampede Updates

ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ଦଳାଚକଟା ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ପହଞ୍ଚିଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋ ଲିସ ଓ ଆର୍‌ପିଏଫ୍‌ ସହାୟତାରେ ଜରୁରି ପଦକ୍ଷେପ ନେଇ ସ୍ଥିତି ନିୟନ୍ତ୍ରଣ କରିଥିଲା । ପରବର୍ତ୍ତୀ ସମୟରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଓ ପୋଲିସ କମିସନର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିବା ସହ ରିଲିଫ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ଥିବା ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୋଦି ସୋସିଆଲ ମିଡିଆ 'ଏକ୍ସ'ରେ ଲେଖିଛନ୍ତି ଯେ, ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଦଳାଚକଟା ଯୋଗୁ ମୁଁ ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ହେଉ ବୋଲି ମୁଁ ପ୍ରାର୍ଥନା କରୁଛି । ଏହି ଦଳାଚକଟା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ କର୍ତ୍ତୃପକ୍ଷ ସହାୟତା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+