ଦିଲ୍ଲୀରେ ପ୍ରଦୂଷଣ ଭୟ: ଆସନ୍ତା କାଲିଠୁ ଶୀତକାଳୀନ ଛୁଟି ଆରମ୍ଭ
Delhi govt decision pollution: ଦିଲ୍ଲୀର ପ୍ରଦୂଷଣ ବିପଦ ସ୍ତର ଅତିକ୍ରମ କରିଛି । ଏହାକୁ କମ୍ କରିବାକୁ ଦିଲ୍ଲୀ ସରକାର ପ୍ରୟାସ ଜାରି ରହିଛନ୍ତି । ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନଜରରେ ରଖି ବୁଧବା ଦିନ ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ କହିବାନୁସାରେ, ନଭେମ୍ବର ୯ ରୁ ଦିଲ୍ଲୀର ସମସ୍ତ ବିଦ୍ୟାଳୟରେ ଶୀତକାଳୀନ ଆରମ୍ଭ ହେବ, ଯାହାକି ନଭେମ୍ବର 18 ପର୍ଯ୍ୟନ୍ତ ଲାଗୁ କରାଯିବ ।
ଦିଲ୍ଲୀ ଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ଯେ, ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟରେ ଡିସେମ୍ବରୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି । ଯାହା ବର୍ତ୍ତମାନ ନଭେମ୍ବର 9-18 ରୁ ହେବ। ଏହି ଅବଧି ମଧ୍ୟରେ ସମସ୍ତ ବିଦ୍ୟାଳୟକୁ ବନ୍ଦ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।

ବାସ୍ତବରେ, ବୁଧବାର ସକାଳେ ଦିଲ୍ଲୀ ଏବଂ ଏହାର ଆଖପାଖ ସହରଗୁଡିକର ବାୟୁ ଗୁଣବତ୍ତା ପୁଣି ଗୁରୁତର ସ୍ତରରେ ପହଞ୍ଚିଛି । ମଙ୍ଗଳବାର ଅପରାହ୍ନ 4 ଟାରେ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 395 ରୁ 421 ରେ ଖରାପ ହୋଇଯାଇଥିଲା ।
ଏକ ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାରେ ସକ୍ଷମ ମାଇକ୍ରୋସ୍କୋପିକ୍ କଣିକା PM2.5 ର ଏକାଗ୍ରତା, ରାଜଧାନୀରେ ସରକାର ସ୍ଥିର କରିଥିବା କ୍ୟୁବିକ୍ ମିଟର ପ୍ରତି 60 ମାଇକ୍ରୋଗ୍ରାମ୍ ସୁରକ୍ଷିତ ସୀମା ସାତରୁ ଆଠ ଗୁଣ ଅତିକ୍ରମ କରିଛି। ଯେଉଁଠାରେ WHO ର ନିର୍ଦ୍ଦିଷ୍ଟ ସୀମା ହେଉଛି କ୍ୟୁବିକ୍ ମିଟର ପ୍ରତି 15 ମାଇକ୍ରୋଗ୍ରାମ୍ ।
ଦିଲ୍ଲୀର ଆଖପାଖ ସହରଗୁଡିକରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି । ଏହି ସ୍ତରକୁ ବିପଜ୍ଜନକ ବୋଲି ବର୍ଣ୍ଣନା କରାଯାଇଛି। ପଡୋଶୀ ସହର ଗାଜିଆବାଦରେ AQI 382 ରେ, ଗୁରୁଗ୍ରାମ 370 ରେ, ନୋଏଡା 348 ରେ, ଗ୍ରେଟର ନୋଏଡା 474 ରେ ଏବଂ ଫରିଦାବାଦ 396 AQI ରେକର୍ଡ କରାଯାଇଥିଲା ।
ସୁପ୍ରିମକୋର୍ଟ ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସରକାରଙ୍କୁ ତୁରନ୍ତ Stubble Burninig ଅର୍ଥାତ୍ ଚାଷ ପରେ କ୍ଷେତରେ ନିଆଁ ଲଗାଇବା ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛି । ଏଥିସହ ଏହାକୁ କାର୍ଯ୍ୟକାରୀ କରିବାକୁ କୋର୍ଟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications