ଦିଲ୍ଲୀରେ ବାୟୁ-ପ୍ରଦୂଷଣ ସଙ୍କଟ, ଏହି ତାରିଖ ପର୍ଯ୍ୟନ୍ତ ଲାଗୁ ହେଲା ଅଡ୍-ଇଭେନ୍

Delhi Air Pollution: ଦିଲ୍ଲୀରେ ବାୟୁ-ପ୍ରଦୂଷଣ ସଙ୍କଟକୁ ନଜରରେ ରଖି କେଜ୍ରିୱାଲ ସରକାର ଏବେ ପୁଣି ଥରେ ଅଡ୍-ଇଭେନ୍ ଲାଗି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୋମବାର ପ୍ରଦୂଷଣକୁ ନେଇ ଦିଲ୍ଲୀ କ୍ୟାବିନେଟର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏବି ବୈଠକରେ ମନ୍ତ୍ରୀ ଗୋପାଳ ରାୟ, ଆତିଶି, ସୌରଭ ଭରଦ୍ୱାଜ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଯେଉଁଥିରେ ପ୍ରଦୂଷଣକୁ ରୋକିବା ପାଇଁ ହେତୁ କିଛି ଦିନ ପାଇଁ ଅଡ୍-ଇଭେନ୍ ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

Delhi pollution

ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, 13 ରୁ 20 ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଅଡ୍-ଇଭଏନ୍ ଲାଗୁ କରାଯିବ । ଏହି ସମୟରେ ରାଜଧାନୀରେ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ୍ କାର୍ ଉପରେ ବ୍ୟାନ୍ ଲଗାଯାଇଛି । ବାୟୁରେ ସ୍ଥିରତା କାରଣରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇଛି। ପ୍ରଦୂଷଣ ହ୍ରାସ ପାଇଁ ଦିଲ୍ଲୀ ସରକାର କାର୍ଯ୍ୟ ଜାରି ରଖିଛନ୍ତି ।

ମନ୍ତ୍ରୀ ଗୋପାଳ ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଆସନ୍ତା ନଭେମ୍ବର 7 ଏବଂ ୮ରେ ପବନର ବେଗ ଘଣ୍ଟା 12 କିଲୋମିଟର ହେବ ଏବଂ ଯଦି ବେଗ ଘଣ୍ଟା 10 ରୁ 12 କିଲୋମିଟରରେ ପହଞ୍ଚିବ, ତେବେ ପ୍ରଦୂଷଣର ମାତ୍ରା କମିବାର ସମ୍ଭାବନା ରହିଛି । ସେହିଭଳି ନଭେମ୍ବର 8ରେ ପବନର ବେଗ ଘଣ୍ଟା 8-10 କିଲୋମିଟର ହେବ।

ସେହିପରି ଦିଲ୍ଲୀର ଏପରି ପରିସ୍ଥିତି ପାଇଁ ସେ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି । ପରିବେଶ ମନ୍ତ୍ରୀ ଗୋପାଳ ରାୟ ଦିଲ୍ଲୀର ପରିସ୍ଥିତି ପାଇଁ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ବିଜେପି ଯଦି କାମ କରିଥାନ୍ତା, ତେବେ ଏହି ପରିସ୍ଥିତି ହୋଇ ନଥାନ୍ତା। ଦିଲ୍ଲୀ ବିଜେପି ସରକାରଙ୍କ ଅପାରଗତାକୁ ନେଇ ଚର୍ଚ୍ଚା କରୁଛି। ଦିଲ୍ଲୀ ସିଏନଜି ବସ୍ ଚଳାଉଛି କିନ୍ତୁ ବିଜେପି ସରକାର ଏବେ ମଧ୍ୟ ଡିଜେଲ ବସ୍ ଚଳାଉଛନ୍ତି।

ପରିବେଶ ମନ୍ତ୍ରୀ ଆହୁରି କହିଛନ୍ତି, ଦୀର୍ଘକାଳୀନ ଯୋଜନା ଅନୁସାରେ ଚଳିତ ବର୍ଷ ୩୬୫ ଦିନ ମଧ୍ୟରୁ ୩୦୬ ଦିନ ଦିଲ୍ଲୀର ବାୟୁ ସ୍ୱଚ୍ଛ ରହିଥିଲା । ଯାହା ଦୀର୍ଘକାଳୀନ କାର୍ଯ୍ୟକୁ ଦର୍ଶାଉଛି। ଅକ୍ଟୋବର ୩୦ରୁ ବାୟୁ ସ୍ତର କ୍ରମାଗତ ଭାବରେ କମ୍ ରହିଆସୁଛି , ଏହି କାରଣରୁ AQI ବୃଦ୍ଧି ପାଉଛି । ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲାରେ ନିର୍ମାଣ କାର୍ଯ୍ୟକୁ କିଛି ଦିନ ବନ୍ଦ ରଖାଯାଇଛି । ସେହିପରି ଭଙ୍ଗାରୁଜା କାର୍ଯ୍ୟ ମଧ୍ୟ ବନ୍ଦ ରହିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+