ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ; ପଞ୍ଚ ଶହ ଟପିଗଲା ଦିଲ୍ଲୀରେ ଏକ୍ୟୁୱାଇ ମାତ୍ରା
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ । ପଞ୍ଚ ଶହ ଟପିଗଲା ଦିଲ୍ଲୀରେ ଏକ୍ୟୁୱାଇ ମାତ୍ରା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ୟ୍ୟ ମାନଦଣ୍ଡଠାରୁ ୬୫ ପ୍ରତିଶତ ଅଧିକ ରହିଛି ଦିଲ୍ଲୀର ପ୍ରଦୂଷଣ । ଏହି ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।ଜାତୀୟ ରାଜଧାନୀ ଦୀପାବଳି ରାତିରେ ବାୟୁ ପ୍ରଦୂଷଣର ଉଚ୍ଚ ସ୍ତର ରେକର୍ଡ କରିଛି ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ବିଭିନ୍ନ ସ୍ଥାନରେ ସର୍ବାଧିକ ୯୯୯ ସ୍ତରକୁ ବୃଦ୍ଧି ପାଇଥିଲା ।
ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି ।

ଏକ ଡିଜିଟାଲ୍ ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଦିଲ୍ଲୀ-ଏନସିଆରରେ ୨୧,୦୦୦ ରୁ ଅଧିକ ବାସିନ୍ଦାଙ୍କ ପ୍ରତିକ୍ରିୟା ସଂଗ୍ରହ କରାଯାଇ ଏହି ଅଞ୍ଚଳର ଜନସଂଖ୍ୟା ଉପରେ ବାୟୁ ପ୍ରଦୂଷଣର ବ୍ୟାପକ ପ୍ରଭାବ ପ୍ରକାଶ ପାଇଛି । ୬୨% ପରିବାରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଜଣେ କିମ୍ବା ଅଧିକ ସଦସ୍ୟ ଆଖି ଜଳିବା ପରି ସମସ୍ୟା ଅନୁଭବ କରୁଥିବାବେଳେ ୪୬% ଲୋକ ନାକ ପୋଡ଼ା ଅନୁଭବ କରିଛନ୍ତି ।
ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ୩୧ ପ୍ରତିଶତ ଉତ୍ତରଦାତା ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରୁଥିବା ବେଳେ ୩୧ ପ୍ରତିଶତଙ୍କ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଛି। ପ୍ରାୟ ୨୩ ପ୍ରତିଶତ ବିବ୍ରତ ଅନୁଭବ କରିଥିବା ବେଳେ ୧୫ ପ୍ରତିଶତ ବ୍ୟକ୍ତି ଶୋଇବାରେ ଅସୁବିଧା ଅନୁଭବ କରୁଥିବା କହିଛନ୍ତି । ସେହିପରି ୩୧ ପ୍ରତିଶତ ବ୍ୟକ୍ତି କୌଣସି ଅସୁବିଧା ଅନୁଭବ କରିନଥିବା କହିଛନ୍ତି।












Click it and Unblock the Notifications