Delhi Assembly Election 2025: କଂଗ୍ରେସ ଜାରି କଲା ତୃତୀୟ ପର୍ଯ୍ୟା ପ୍ରାର୍ଥୀ ତାଲିକା

Delhi Assembly Election 2025: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ୧୫ ଜଣିଆ ୩ୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକା ଜରିଆରେ କଂଗ୍ରେସ ମଧ୍ୟ ଗୋଟିଏ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। କଂଗ୍ରେସ ଧରମ ପାଲ ଲାକ୍ରାଙ୍କୁ ମୁଣ୍ଡକା ଆସନରୁ ଟିକେଟ ଦେଇଛି।

ଅନ୍ୟ ପ୍ରାର୍ଥୀମାନେ ହେଲେ କିରାରିରୁ ରାଜେଶ ଗୁପ୍ତା, ମଡେଲ ଟାଉନରୁ କୁଅଁର କରଣ ସିଂହ, ପଟେଲ ନଗର (ଏସସି)ରୁ କ୍ରିଷ୍ଣା ତୀରଥ, ହରି ନଗରରୁ ପ୍ରେମ ଶର୍ମା ଏବଂ ଜନକପୁରୀରୁ ହରବାନୀ କୌର। ଅନ୍ୟ ପ୍ରାର୍ଥୀମାନେ ହେଲେ ବିକାଶପୁରୀରୁ ଜିତେନ୍ଦ୍ର ସୋଲାଙ୍କି, ନଜଫଗଡ଼ରୁ ସୁଷମା ଯାଦବ, ପାଲାମରୁ ମଙ୍ଗେ ରାମ ଏବଂ ଆରକେ ପୁରମରୁ ବିଶ୍ୱେଶ ଟୋକସ।

ଅରିବା ଖାନଙ୍କୁ ଓଖଲା ଆସନରୁ କଂଗ୍ରେସ ପ୍ରାର୍ଥୀ କରାଯାଇଛି । ସେହିପରି ବିଶ୍ୱାସ ନଗରରୁ ରାଜୀବ ଚୌଧୁରୀ, ଗାନ୍ଧୀ ନଗରରୁ କମଲ ଅରୋରା, ଶାହଦରାରୁ ଜଗଜିତ୍ ସିଂହ ଓ ଘୋଣ୍ଡାରୁ ଭୀଷମ ଶର୍ମାଙ୍କ ଉପରେ କଂଗ୍ରେସ ଆସ୍ଥା ପ୍ରକଟ କରିଛି। ଗୋକୁଳପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବଦଳାଇଛି।

congress

ପ୍ରମୋଦ କୁମାର ଜୟନ୍ତଙ୍କ ସ୍ଥାନରେ ଈଶ୍ୱର ବାଗରୀଙ୍କୁ ନୂଆ ପ୍ରାର୍ଥୀ କରାଯାଇଛି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣା ତୀରଥଙ୍କୁ ପଟେଲ ନଗରରୁ ଟିକେଟ ମିଳିଛି । ଏହାବ୍ୟତୀତ ପୂର୍ବତନ ବିଧାୟକ ଆସିଫ ମହମ୍ମଦଙ୍କ ଝିଅ ଅରିବା ଖାନଙ୍କୁ ଓଖଲା ଆସନରୁ ଟିକେଟ ଦିଆଯାଇଛି । କଂଗ୍ରେସର ତୃତୀୟ ତାଲିକାରେ ୨ ଜଣ ମହିଳାଙ୍କୁ ସୁଯୋଗ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+