ରାହୁଲ ଗାନ୍ଧୀଙ୍କ ଘରେ ପହଁଞ୍ଚିଲା ଦିଲ୍ଲୀ ପୋଲିସ

ରାହୁଲ ଗାନ୍ଧୀଙ୍କ ଘରେ ପହଁଞ୍ଚିଲା ଦିଲ୍ଲୀ ପୋଲିସ । ଘର ସାମ୍ନାରେ ବାରିକେଡିଂ କରାଯିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁସାରେ, ଶ୍ରୀନଗରରେ ଦେଖିବା ପାଇଁ ବୟାନକୁ କେନ୍ଦ୍ର କରି ପୋଲିସ ପଚରଉଚରା ପାଇଁ ପହଞ୍ଚିଛି ।

rahul gandhi

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଘରେ ପହଁଞ୍ଚିଲା ଦିଲ୍ଲୀ ପୋଲିସ । ଘର ସାମ୍ନାରେ ବାରିକେଡିଂ କରାଯିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁସାରେ, ଶ୍ରୀନଗରରେ ଦେଖିବା ପାଇଁ ବୟାନକୁ କେନ୍ଦ୍ର କରି ପୋଲିସ ପଚରଉଚରା ପାଇଁ ପହଞ୍ଚିଛି । ସେପଟେ ପୋଲିସର କାର୍ଯ୍ୟନୁଷ୍ଠାନ ପାଇଁ ବର୍ଷିଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ କଲା ଟାର୍ଗେଟ୍ ।

ସୂଚନା ଅନୁସାରେ, କାଶ୍ମୀରରେ 'ଭାରତ ଯୋଡୋ' ସମୟେରେ ରାହୁଲ ନିଜ ଭାଷଣରେ ଯୌନ ଉତ୍ପୀ଼ଡନର ଶିକାର ହୋଇଥିବା ପୀଡିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ରାହୁଲଙ୍କ ସହ ଆଲୋଚନା କରିବା ପାଇଁ ଆଜି ଦିଲ୍ଲୀର ସ୍ପେସାଲ ପୋଲିସ କମିସନର୍ ସାଗରପ୍ରୀତ ହୁଡାଙ୍କ ନେତୃତ୍ୱରେ ଏକ ଟିମ୍ ଙ୍କ ଘରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ସାଗରପ୍ରୀତ ହୁଡା ।

ବାସ୍ତବରେ, ଶ୍ରୀନଗରରେ 'ଭାରତ ଯୋଡ଼ା'ର ଶେଷ ଦିନରେ ରାହୁଲ ଗାନ୍ଧୀ କହିଥିଲେ ଯେ,ଯାତ୍ରା ସମୟରେ ସେ କିଛି ମହିଳାଙ୍କୁ ଭେଟିଥିଲେ । ଯେଉଁମାନେ ଦୁଷ୍କର୍ମର ଶିକାର ହୋଇଥିଲେ' । ରାହୁଲ ଗାନ୍ଧୀଙ୍କ ଏହି ଭାଷଣ ସଂକ୍ରାନ୍ତରେ ଏଧିକ ଜାଣିବା ପାଇଁ ଏବଂ ମହିଳାମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ଦିଲ୍ଲୀ ପୋଲିସ ଆଜି ରାହୁଲଙ୍କ ବାସଭବନେ ପହଞ୍ଚିଛି । ତଥ୍ୟାବଳି ମିଳିଲେ ପୀଡ଼ିତାଙ୍କୁ ନ୍ୟାମ ମିଳିପାରିବ ଏବଂ ଦୋଷୀ ପ୍ରତି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଦିଲ୍ଲୀ ପୋଲିସ ।

ସେହିପରି ପୋଲିସ ଏହା ମଧ୍ୟ ସୂଚନା ଦେଇଛି ଯେ, ଦିଲ୍ଲୀରେ ସେମାନଙ୍କ ଟିମ୍ ଏହି ଘଟଣାକ ଅନୁସନ୍ଧାନ କରୁଛି । ହେଲେ ସେପିରି କୌଣସି ମହିଳାଙ୍କ ବିଷୟରେ ସୂଚନା ମିଳିପାରୁ ନାହିଁ । ତେବେ ପୋଲିସ କେବଳ ରାହୁଲଙ୍କଠୁ ସୂଚନା ପାଇବା ପାଇଁ ତାଙ୍କ ଘରେ ପହଁଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+