ରାଷ୍ଟ୍ରପତି ଭବନରେ ବାଘ, ସ୍ପଷ୍ଟୀକରଣ ଦେଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରପତି ଭବନରେ କୌଣସି ବଣୁଆ ଜନ୍ତୁ ଦେଖାଯାଇ ନ ଥିବା ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି । ସେ ଜଙ୍ଗଲୀ ଜନ୍ତୁ ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି । ଏପରି ଭିତ୍ତିହୀନ ଗୁଜବରୁ ଦୂରେଇ ରୁହନ୍ତୁ ବୋଲି ଦିଲ୍ଲୀ ପୋଲିସ କହିଛି । ବାସ୍ତବରେ, ପୋଲିସ କହିଛି ଯେ ଶପଥ ଗ୍ରହଣ ସମାରୋହର ଲାଇଭ ଟେଲିକଷ୍ଟ ସମୟରେ ଏକ ବଣୁଆ ଜନ୍ତୁକୁ ଦେଖାଯାଇଥିଲା ବୋଲି ସୋସିଆଲ ମିଡିଆ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଦାବି କରାଯାଇଥିଲା । ବର୍ତ୍ତମାନ ଏହି ଦାବି ଭିତ୍ତିହୀନ ବୋଲି ପୋଲିସ କହିଛି ।

ସୁଚନା ଯୋଗ୍ୟ ଯେ, ଗତକାଲି ରାଷ୍ଟ୍ରପତି ଭବନରେ ଶପଥ ପାଠ କାର୍ଯ୍ୟକ୍ରମରେ ଗୋଟିଏ ରହସ୍ୟମୟ ଜନ୍ତୁ ବୁଲିବାର ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଥିଲା ଯେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଷ୍ଟ୍ରପତି ଭବନର କରିଡରରେ ଗୋଟିଏ ବାଘ ଭଳି ଜନ୍ତୁ ବୁଲୁଛି ।

Delhi Police Ends Mystery

ଷ୍ଟେଜରେ ସମସ୍ତ ଅତିଥି ବସିଥିବା ବେଳେ ରାଷ୍ଟ୍ରପତି ଭବନର କରିଡରକୁ ବାଘ ଭଳି ଦିଶୁଥିବା ଜନ୍ତୁଟି ଅତିକ୍ରମ କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି । ବିଜେପି ସାଂସଦ ଦୁର୍ଗା ଦାସ ଶପଥ ନେଇ ଦସ୍ତଖତ କରିବା ସହ ରାଷ୍ଟ୍ରପତିଙ୍କୁ ନମସ୍କାର କରୁଥିବା ବେଳେ କରିଡରକୁ ଜନ୍ତୁଟି ଅତିକ୍ରମ କରିଥିଲା । ଆଉ ଏହି ଭିଡ଼ିଓକୁ ସୋଶାଲ ମିଡିଆରେ ଏହାକୁ ଅନେକ ଲୋକ ଶେୟାର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+