କେଜ୍ରିୱାଲଙ୍କ ଘରେ ପହଁଞ୍ଚିଲା କ୍ରାଇମ ବ୍ରାଞ୍ଚ, ଜାଣନ୍ତୁ କାରଣ...

ନୂଆଦିଲ୍ଲୀ: ଆଗାମୀ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାକୁ ଯାଉଛି । ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି । ଏକ ଏସିପିଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ ସିଏମ୍ ବାସଭବନରେ ପହଞ୍ଚିଥିଲା । ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ କିଣାବା ଅଭିଯୋଗ ଉପରେ ନୋଟିସ୍ ପ୍ରଦାନ କରିବାକୁ କ୍ରାଇମ ବ୍ରାଞ୍ଚର ଏସିପି କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି । କେଜ୍ରିୱାଲ କରିଥିବା ଅଭିଯୋଗ ସମ୍ବନ୍ଧରେ ପ୍ରମାଣ ପ୍ରଦାନ କରନ୍ତୁ ବୋଲି ଅରବିନ୍ଦଙ୍କୁ ପୋଲିସ ନୋଟିସ ଦେଇଛି ।

ସୂଚନାନୁସାରେ, ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ବିଜେପି ଦଳ ତାଙ୍କ ବିଧାୟକ କିଣିବାକୁ ଚେଷ୍ଟା କରୁଛି ।
କେଜ୍ରିୱାଲ କହିଥିଲେ ଯେ ତାଙ୍କର ୨୧ ଜଣ ବିଧାୟକଙ୍କୁ ଭାଙ୍ଗିବା ପାଇଁ ଯୋଜନା ଅଛି । ଏହି ପରିପ୍ରେକ୍ଷୀରେ ସେମାନଙ୍କ ମଧ୍ୟରୁ ୭ ଜଣ ବିଧାୟକଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା । ଦିଲ୍ଲୀ ମନ୍ତ୍ରୀ ଅତୀଶ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ବିଜେପି ପ୍ରକୃତରେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ ୨୫-୨୫ କୋଟି ଟଙ୍କା ଅଫର କରୁଛି ।

arvind kejriwal

ତାଙ୍କର ୭ଜଣ ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା । ଠିକ୍ ସମୟ ଆସିଲେ ସେ ଅଡିଓ କ୍ଲିପ୍ ରିଲିଜ୍ କରିବେ ବୋଲି ଆତିଶି କହିଥିଲେ । ସୂଚନାନୁସାରେ, ବର୍ତ୍ତମାନ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଟିମ୍ ଦିଲ୍ଲୀ ମନ୍ତ୍ରୀ ଆତିଶୀ ଏବଂ ସିଏମ୍ ହାଉସରେ ପହଞ୍ଚିଛି । ସିଏମ କେଜ୍ରିୱାଲ ଏବଂ ଆତିଶି ପୋଲିସର ଏହି ନୋଟସ ନେଇ ନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+