ଆକ୍ସନ ମୋଡରେ ପୋଲିସ, ବେଆଇନ ବାଂଲାଦେଶୀଙ୍କୁ .....
ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ବାଂଲାଦେଶୀ ରହୁଥିବା ସନ୍ଦେହରେ ପୋଲିସର ସ୍ପେସାଲ ଡ୍ରାଇଭ୍। ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରିବାକୁ ଏହି ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ ପୋଲିସ। ବିଶେଷ କରି ବସନ୍ତକୁଞ୍ଜ, ବେଙ୍ଗଲ ବସ୍ତି, ଜୟହିନ୍ଦ କ୍ଯାମ୍ପ ଅଞ୍ଚଳରେ ବୁଲି ବୁଲି ପୋଲିସ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଯେଉଁମାନେ ପ୍ରକୃତରେ ବେଆଇନ ଭାବେ ରହୁଥିବେ, ବାଂଲାଦେଶରୁ ଆସିଥିବେ, ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବାଂଲାଦେଶକୁ ପଠାଇବାର ବ୍ୟବସ୍ଥା କରାଯିବ।

ଗତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା। ରୋହିଙ୍ଗ୍ଯା ଓ ବାଂଲାଦେଶୀମାନେ ବେଆଇନ ଭାବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଆସ୍ଥାନ ଜମାଇଥିବାର ଅଭିଯୋଗ ହୋଇଥିଲା। ଏଥିପାଇଁ ପରସ୍ପରକୁ ଦାୟୀ କରିଥିଲେ ଆମ୍ ଆଦମୀ ପାର୍ଟି ଓ ବିଜେପି। ଏବେ ଦିଲ୍ଲୀ ସରକାର ବିଜେପି ଅକ୍ତିଆରରେ ଥିବାରୁ ଓ ଦିଲ୍ଲୀ ପୋଲିସ କେନ୍ଦ୍ର ସରକାରଙ୍କ ଅକ୍ତିଆରରେ ଥିବାରୁ ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications