ଦିଲ୍ଲୀ ପୋଲିସ କଲା ନିର୍ଦ୍ଦେଶ ଜାରି, ୧୬ ପର୍ଯ୍ୟନ୍ତ ଉଡ଼ିପାରିବନି ଡ଼୍ରୋନ୍
ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଏ ନେଇ ଗୁଇନ୍ଦା ଏଜେନ୍ସିମାନେ ସତର୍କ କରାଯିବା ପରେ ଆକ୍ସନ ମୋଡକୁ ଆସିଯାଇଛି ଦିଲ୍ଲୀ ପୁଲିସ । ଏନେଇ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ଅଧୀନରେ ରାଜଧାନୀରେ ପାରାଗ୍ଲାଇଡର୍, ପାରା ମୋଟର୍ସ, ହ୍ୟାଙ୍ଗ ଗ୍ଲାଇଡର୍, UAV, UAS, ମାଇକ୍ରୋ ଲାଇଟ୍ ଏୟାରଫ୍, ହଟ ଏୟାର ବେଲୁନ୍, ପାରା ଜମିଂ ଏବଂ ଡ୍ରୋନ୍ ଉପରେ ନିଷେଧାଦେଶ ଦିଆଯାଇଛି। ଏହି କଟକଣା ୧୫ ଦିନ ପାଇଁ ଲାଗୁ କରାଯାଇଛି,ଯାହାକି ୨ ଅଗଷ୍ଟରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ

ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ତାଙ୍କ ନିର୍ଦେଶରେ କହିଛନ୍ତି, ଯେଉଁମାନେ ଏହି ଆଦେଶକୁ ଉଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବା ଉଲ୍ଲେଖନୀୟ ଯେ, ସ୍ବାଧୀନତା ଦିବସରେ ଦିଲ୍ଲୀ ପୋଲିସ ଆଲର୍ଟ ମୋଡକୁ ଆସିଯାଇଥାଏ।।ଆଗାମୀ ସମୟରେ ଦିଲ୍ଲୀରେ ଯାଞ୍ଚ ଅଭିଯାନ କଡାକଡି କରାଯିବା ସହ ଏବଂ ଦୃଢ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ। ଭୂମିରୁ ଆକାଶ ପର୍ଯ୍ୟନ୍ତ ପୋଲିସର କଡା ସୁରକ୍ଷା ବ୍ୟବସ୍ଥାରେ ରହିବ












Click it and Unblock the Notifications