ଆପ୍ କୁ ସମାଲୋଚନା କଲେ ପ୍ରିୟଙ୍କା! କହିଲେ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ...
ଦିଲ୍ଲୀ ବିଧାନସଭା ର୍ନିବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଆସିଛି। ପ୍ରାୟ ଏକ ଦଶନ୍ଧି ଧରି ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ର୍ନିବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଛି। ସେହି ସମୟରେ, ଭାରତୀୟ ଜନତା ପାର୍ଟିର ୨୭ବର୍ଷର ର୍ନିବାସନ ଶେଷ କରି କ୍ଷମତାକୁ ଫେରିବାକୁ ଯାଉଛି। ଏସବୁ ମଧ୍ୟରେ, କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ତଥା ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ ସିଧାସଳଖ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ଦେଇଛନ୍ତି ।
ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଜନସାଧାରଣ ବହୁତ ଅତିଷ୍ଠ ହୋଇପଡିଥିଲେ । ଏଥର ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ନିର୍ବାଚନରେ ବିଜୟୀ ହୋଇଥିବା ଅଭିନ୍ଦନ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳର ନେତା ଏବଂ କର୍ମୀମାନଙ୍କୁ ବିଜୟ ପାଇଁ ଏକ ଚାରି-ସୂତ୍ରୀ ଫର୍ମୁଲା ମଧ୍ୟ ଦେଇଛନ୍ତି ।

କଂଗ୍ରେସ ଲଗାତାର ଭାବରେ ତୃତୀୟ ଥର ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ନିଜର ଖାତା ଖୋଲିପାରି ନାହିଁ । ସେ କାହାର ନାମ ନ ନେଇ ଆମ ଆଦମୀ ପାର୍ଟିକୁ ସମାଲୋଚନା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, 'ଦିଲ୍ଲୀର ଲୋକମାନେ ନିଜର ପରିସ୍ଥିତି ଦେଖି ବ୍ୟଥିତ ହୋଇପଡିଥିଲେ । ମୋର ବିଶ୍ୱାସ ସେମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି । ନିର୍ବାଚନରେ ଜିତିଥିବା ଲୋକଙ୍କୁ ଅନେକ ଅନେକ ଅଭିନନ୍ଦନ ।'












Click it and Unblock the Notifications