ଆଜି ଲୋକସଭାରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍
ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍ । ପୂର୍ବରୁ ମୋଦି କ୍ୟାବିନେଟ୍ ଏହି ବିଲକୁ ଅନୁମୋଦନ ଦେଇଥିଲେ ହେଲେ ଏହି ନିୟମକୁ ବିରୋଧ କରୁଛି ଆମ ଆଦମୀ ପାର୍ଟି । ସୋମବାର ଅର୍ଥାତ୍ ଆଜି ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ବିରୋଧୀ ହଙ୍ଗାମା କରିବାର ସମ୍ଭାବନା ରହିଛି ।
ସୂଚନା ଅନୁସାରେ, ଦିଲ୍ଲୀ ଅଧ୍ୟାଦେଶ ମାମଲାକୁ ନେଇ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗିରହିଛି । ତେବେ ଆଜି ଲୋକସଭାରେ ଦିଲ୍ଲୀ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଏବଂ ବଦଳି ସଂକ୍ରାନ୍ତ ଅଧ୍ୟାଦେଶକୁ ନେଇ ବିଲ୍ ଆଗତ ହେବାର ସମ୍ଭାବନା ରହିଛି । ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଲୋକସଭା ଏବଂ ରାଜ୍ୟ ସଭାରେ ବିରୋଧ କରିବାକୁ ନେଇ ଘୋଷଣା କରିଥିଲେ ।

କେନ୍ଦ୍ର ଅନୁମୋଦନ ଦେଇଥିବା ଅଧ୍ୟାଦେଶରୁ ସଂସଗରେ ବିରୋଧ କରିବା ପାଇଁ ଅନ୍ୟ ଦଳର ସମର୍ଥନ ପାଇଁ କେଜ୍ରିୱାଲ୍ ନିଜେ ବିଭିନ୍ନ ଦଳ ସହ ଆଲୋଚନ କରିବା ପାଇଁ ଅନେକ ରାଜ୍ୟ ଗସ୍ତ କରିଥିଲେ । କଂଗ୍ରେସ, ଟିଏମସି, ଜେଡିୟୁ ସମେତ ଅନେକ ଦଳ ଆପକୁ ସମର୍ଥନ କରିବାର ପ୍ରତିଶ୍ରୁତି ଦେଇଥିଲା ।
ସୂଚନାଥାଉ ଯେ, ସୁପ୍ରିମକୋର୍ଟ ଦିଲ୍ଲୀର କ୍ଷମତାସୀନ ସରକାରକୁ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଦାୟିତ୍ୱ ଦେଇଥିଲେ ହେଲେ କେନ୍ଦ୍ର ସରକାର ମେ' ୧୯ରେ ଏକ ଅଧ୍ୟାଦେଶ ଆଣିଥିଲେ । ନିଯୁକ୍ତି ଓ ବଦଳି ଅଧିକାର ଉପ-ରାଜ୍ୟପାଳଙ୍କୁ ଦେବା ପାଇଁ କେନ୍ଦ୍ର ଅଧ୍ୟାଦେଶ ଆଣିଥିଲା ଯାହାକୁ ଆପ୍ ବିରୋଧ କରିଆସୁଛି ।












Click it and Unblock the Notifications