ଦିଲ୍ଲୀରେ ପ୍ରବଳ ବର୍ଷା,ଟ୍ରାଫିକ୍ ଜାମ୍ ସହ ଯାତାୟତ ବାଧାପ୍ରାପ୍ତ
ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲଗାତାର ପ୍ରବଳ ବର୍ଷା କାରଣରୁ ରାସ୍ତାରେ ପାଣି ଜମି ହୋଇ ରହିଛି । ଫଳରେ ଟ୍ରାଫିକ୍ ଜାମ୍ ହେବା ସହ ଯାତାୟତ ବାଧାପ୍ରାପ୍ତ ହେଉଛି । ବିମାନ ଚଳାଚଳରେ ମଧ୍ୟ ଅସୁବିଧା ସୃଷ୍ଟି କରୁଛି । ଏହାରି ମଧ୍ୟରେ ଆଇଏମଡି ପୁଣି ଥରେ ଅରେଞ୍ଜ ଆଲର୍ଟ ଜାରି କରିଛି । ଏଥି ସହ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛି ।
ସୂଚନାନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ହୋଇଛି । ଫଳରେ ପାଣିରେ ବୁଡି ରହିଛି ସହର । ଡ୍ରେନ୍ ପାଣି ଜମିବାରୁ ମଧ୍ୟ ସମସ୍ୟାକୁ ଆହୁରି ବଢାଇ ଦେଇଛି । ଆଗାମୀ ୨ରୁ ୩ ଘଣ୍ଟା ମଧ୍ୟରେ ଦିଲ୍ଲୀର ଅନେକ ସ୍ଥାନରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଘରୁ ନ ବାହାରିବା ସହ ଟ୍ରାଫିକ୍ ଯାଞ୍ଚ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନ ବନ୍ଦରରେ ଏକ ପରାମର୍ଶ ଜାରି କରିଛି । ଦିଲ୍ଲୀର ଅନେକ ଅଞ୍ଚଳ ଜଳମଗ୍ନ ରହିଛି । ଯାତାୟତ ପ୍ରଭାବିତ ହେଉଛି ବୋଲି ଟ୍ରାଫିକ୍ ପୋଲିସ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପାଣି ଜମି ରହିଥିବାରୁ ଗାଡି ଧାଡି ହୋଇ ରାସ୍ତାରେ ଠିଆ ହୋଇ ରହିଛି । ଫଳରେ କର୍ମଚାରୀଙ୍କଠାରୁ ଆରମ୍ଭ କରି ସ୍କୁଲ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଭିଡ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଟିମକୁ ନିୟୋଜିତ କରାଯାଇଛି ।












Click it and Unblock the Notifications