ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି, ପ୍ରଦୂଷଣରୁ ମିଳିଲା ମୁକ୍ତି

Delhi Weather: ଆଜି ଦେଶର ରାଜଧାନୀ ଦିଲ୍ଲୀର ପାଗ ବଦଳିଛି । ଗତକାଲି ବିଳମ୍ବିତ ରାତିରେ ବର୍ଷା କୁହୁଡ଼ିର ଆସରକୁ ଧୋଇ ନେଇଛି ଏବଂ ପ୍ରଦୂଷଣ କବଳରୁ ଦିଲ୍ଲୀ ବାସିଲନ୍ଦାଙ୍କୁ ମୁକ୍ତି ମିଳିଛି । ଗତକାଲି ଦିଲ୍ଲୀରେ ବିଭିନ୍ନ ସ୍ଥାନକେ ଝିପିଝିପି ବର୍ଷା ହେବା ସହ ପ୍ରଦୂଷଣ ମାତ୍ରା ମଧ୍ୟ ହ୍ରାସ ପାଇଛି । ଆଜି ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି । ସମସ୍ତ ଅଞ୍ଚଳ ଏବେ ପ୍ରଦୂଷଣ ମୁକ୍ତ ହୋଇଛି ।

ବର୍ଷା ହେତୁ ଦିଲ୍ଲୀରେ 450ରୁ ଅଧିକ ଥିବା AQI ଯଥେଷ୍ଟ ହ୍ରାସ ପାଇଛି | ଯଦି ଆମେ ଆଜିର ପାଣିପାଗ ବିଷୟରେ ଆଲୋଚନା କରିବା, ଦିନରେ ଏଠାରେ ପାଗ ଶୁଖିଲା ରହିବ ହେଲେ କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିବା ନେଇ ସୂଚନା ରହିଛି ।

ଅନ୍ୟପଟେ ନୋଏଡା ଏବଂ ଗାଜିଆବାଦର AQI ପୂର୍ବ ଅପେକ୍ଷା ଠିକ୍ ରହିଛି ହେଲେ ପ୍ରଦୂଷଣ ଏବେ ଲୋକଙ୍କର ଚିନ୍ତା ସାଜିଛି । ନୋଏଡା ଠାରେ AQI 378 ଏବଂ ଗାଜିଆବାଦରେ ମଧ୍ୟ 321 ରହିଛି। ଆଜି ନୋଏଡାର ସର୍ବାଧିକ ତାପମାତ୍ରା 33 ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା 19 ଡିଗ୍ରୀ ରହିବ ବୋଲି ସୂଚନା ରହିଛି ଏବଂ ଏଠାରେ ମଧ୍ୟ କୁହୁଡି ଦେଖିବାପାଇ ମିଳୁଛି ।

 Delhi-NCR Rainfall

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଏବଂ ଏମସିଆର୍, ରୋହତକର ବିଭିନ୍ନ ସ୍ଥାନରେ ଏବଂ ଏହା ଆଖପାଖ ସ୍ଥାନରେ ହାଲୁକା ଏବଂ ମଧ୍ୟ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଦକ୍ଷିଣରେ ପାଗ ଖରାପ ରହିଛି। ଆଜି ମଧ୍ୟ ତାମିଲନାଡୁ ଏବଂ କର୍ଣ୍ଣାଟକରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ବିହାର, ୟୁପି, ପଞ୍ଜାବ, ହରିୟାଣା, ଛତିଶଗଡ, ଝାଡଖଣ୍ଡରେ ପାଗ ଶୁଖିଲା ରହିବ ଏବଂ ଓଡ଼ିଶା ଏବଂ ମହାରାଷ୍ଟ୍ରରେ ମଧ୍ୟ ଶୁଖିଲା ପାଗ ରହିବା ନେଇ ସୂଚନା ରହିଛି । ଆଜି ଉତ୍ତର-ପୂର୍ବରେ ବର୍ଷା ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+