ନଡ଼ା ଜାଳିଲେ ଦେବାକୁ ହେବ ୩୦ ହଜାର ଜରିମାନା
ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି । ଅନ୍ୟପଟେ ବାୟୁ ପ୍ରଦୂଷଣ କାରଣରୁ ଅଣନିଶ୍ଵାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ ଏହାରି ମଧ୍ୟରେ ଏକ କେନ୍ଦ୍ର ସରକାର ଏକ ନୂତନ ନିୟମ ବାହାର କରିଛନ୍ତି।
ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ନିୟମ ଲାଗୁ ହେଉଥିବା ବେଳେ ସରକାର ଏବେ କୃଷକମାନଙ୍କ ନଡ଼ା ଜାଳିବା ଉପରେ ବି ନିୟମ ଲାଗୁ କରିଛନ୍ତି। କୃଷକମାନେ ସେମାନଙ୍କ ଫସଲ ଆୟ କରିବା ପରେ ଯେଉଁ ନଡ଼ା ଜାଳନ୍ତି ସେଥିରେ ଖୁବ୍ ଶୀଘ୍ର ବାୟୁ ପ୍ରଦୂଷିତ ହୋଇଥାଏ। ସେହି ପ୍ରକାରର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବେ ଜରିମାନା ଲଗାଇଛନ୍ତି।
କେନ୍ଦ୍ର ସରକାର ନଡ଼ା ଜାଳିବା ଉପରେ ଜରିମାନା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ୩୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ୨ ଏକରରୁ କମ୍ ଜମି ଥିବା କୃଷକଙ୍କୁ ଜରିମାନା ୫ ହଜାର ଟଙ୍କା ଏବଂ୨ ରୁ ୫ ଏକର ମଧ୍ୟରେ ଜମି ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ।

କହିରଖୁ ଯେ ଗତ ମାସରେ ସୁପ୍ରିମକୋର୍ଟ ନଡ଼ା ଜାଳିବାକୁ ନେଇ ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ। ଏହା ପରେ ହିଁ କେନ୍ଦ୍ର ସରକାର ଯେଉଁମାନେ ନଡ଼ା ଜାଳୁଛନ୍ତି ସେମାନଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରି ଜରିମାନା ପରିମାଣ ଦ୍ୱିଗୁଣିତ କରିଛନ୍ତି। ଜାତୀୟ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ୨୦୨୧ଅନୁଯାୟୀ ଏହି ନିୟମଗୁଡ଼ିକରେ ସଂଶୋଧନ କରାଯାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁସାରେ, କିଛି ଦିନ ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ବା ଏକ୍ୟୁଆଇରେ ସୁଧାର ଆସୁଛି। ମାତ୍ର ବୁଧବାର ଦିନ ଦିଲ୍ଲୀରେ ଏକ୍ୟୁଆରଇର ସ୍ତର ୩୫୨ ରହିଥିଲା। ଏକ୍ୟୁଆଇର ସ୍ତର ୩୦୧ରୁ ୪୦୦ ମଧ୍ୟରେ ରହିଲେ ତାହାକୁ ଅତ୍ୟନ୍ତ ଖରାପ ଶ୍ରେଣୀ ବୋଲି ବିବଚେନା କରାଯାଏ। ସେହିପରି ଯଦି ଏକ୍ୟୁଆଉ ୪୦୦ ପାର୍ କରେ ତ ତାହାକୁ ଅତ୍ୟନ୍ତ ଗମ୍ଭୀର ବୋଲି ମନାଯାଏ।












Click it and Unblock the Notifications