Earthquake in Delhi: ପୁଣି ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ

Earthquake News: ପୁଣି ଦିଲ୍ଲୀ-ଏନସିଆର ଏବଂ ୟୁପିରେ ଭୂକମ୍ପ ଅନୁଭୂତ ହୋଇଛି। ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଘଟିଛି। ଶୁକ୍ରବାର ରାତି ପ୍ରାୟ 11:30 ସମୟରେ 6.4 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା । ଏହାର କେନ୍ଦ୍ର ନେପାଳ ଥିଲା ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ଏହାର କମ୍ପନ ଅନୁଭୂତ ହୋଇଥିଲା।

 Earthquake

ସୂଚନା ଅନୁସାରେ, ସୋମବାର ଦିନ ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି ସୂଚନା ରହିଛି । ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ତର ପିଥୌରାଗଡ଼ ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଅପରାହ୍ନ ୪ ଟା ୧୮ ମିନିଟରେ ଭୂମିକମ୍ପ ଅନୁଭବ ହୋଇଥିବା ନେଇ ଖବର ପ୍ରକାଶ ପାଇଛି ।

ଶୁକ୍ରବାର ଦିନ ମଧ୍ୟ ଦିଲ୍ଲୀ-ଏନସିଆକ ସମେତ ଉତ୍ତର ଭାରତରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହା ତିବ୍ରତା ୬.୪ ରେକର୍ଡ କରାଯାଇଥିଲା ଯାହାର ଗଭୀରତା ୧୦ କିମି ଥିବା ନେଇ ଏନସିଏଲ୍ ପକ୍ଷରୁ ସୂଚନା ଯାରିକରାଯାଇଥିଲା ।

ସୂଚନାଥାଉ ଯେ, ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପରେ ବ୍ୟାପକ କ୍ଷତି ଘଟିଥିଲା । ନେପାଳର ଜାଜରକୋଟ ଜିଲ୍ଲାର ରାମିଦାଣ୍ଡା ଅଞ୍ଚଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଛି, ଯାହା ପରେ ୧୨୮ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଥିଲେ । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ନେପାଳ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+