ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା, ୪ ମୃତ
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ସହ କାର ଭୟଙ୍କର ଧକ୍କା ହେବାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ କହିବା ମୁତାବକ, କାରରେ ଥିବା ଲୋକମାନେ ମହାକାଳ ମନ୍ଦିର ଦର୍ଶନ କରି ଉଜ୍ଜୈନରୁ ନୋଏଡା ଫେରୁଥିଲେ । ପାପଡା ଓ ନାଙ୍ଗଲ ରାଜାୱତନ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଏକ୍ସପ୍ରେସୱେର ଚେନେଜ୍ ୧୯୪ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ମୁତାବକ, ହରିୟାଣା ପଞ୍ଜିକରଣ ନମ୍ବର ଥିବା ଏକ କାରରେ ପାଞ୍ଚ ଜଣ ଥିଲେ । ସେମାନେ ଉଜ୍ଜୈନର ମହାକାଳ ମନ୍ଦିର ଦର୍ଶନ କରି ନୋଏଡା ଫେରୁଥିଲେ ।
ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା କାରଟି ଏକ ଅଜଣା ଗାଡି ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, କାରଟି ନଷ୍ଟ ହୋଇଯାଇଥିଲା । ଟ୍ରକ୍ ଡ୍ରାଇଭର କାରକୁ ଅନେକ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା ବୋଲି ଆହତ ବ୍ୟକ୍ତି କହିଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପାପଡା ଏବଂ ନାଙ୍ଗଲ ରାଜାୱତନ ପୋଲିସ ଷ୍ଟେସନର ପୋଲିସ ତୁରନ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ମୃତକମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ ଭାବରେ ଚିହ୍ନଟ କରାଯାଇ ନାହିଁ । କିନ୍ତୁ ସେମାନେ ହରିୟାଣାର ବାସିନ୍ଦା ବୋଲି ଅନୁମାନ କରାଯାଉଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଛି । ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଯାଞ୍ଚ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications