ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ବଡ଼ ଝଟକା , ଦଳ ଛାଡ଼ିଲେ କୈଳାଶ ଗେହଲଟ୍‌

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିକୁ ରବିବାର ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀର ମନ୍ତ୍ରୀ ତଥା ଆପ୍‌ ନେତା କୈଳାଶ ଗେହଲଟ୍‌ ଦଳରୁ ଇସ୍ତଫା ଦେଇଛନ୍ତି। ଆପ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। କୈଳାଶ ଗେହଲଟ୍‌ ଅଟଳ ସରକାରରେ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ।

କେବଳ ଏତିକି ନୁହେଁ ସେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ଛାଡିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ବଡ ଅଭିଯୋଗ ଆଣିଥିବା ବେଳେ ସେ ଏହି ପଦକ୍ଷେପ ନେଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ କୈଳାଶ ଗେହଲୋଟ ତାଙ୍କ ଇସ୍ତଫା ବିଷୟରେ ଲୋକଙ୍କୁ ସୂଚନା ଦେଇଥିଲେ।

Kailash Gahlot

ଆସନ୍ତା ବର୍ଷ ଫେବୃଆରୀରେ ରାଜଧାନୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ କୈଳାଶ ଗେହଲୋଟଙ୍କ ଇସ୍ତଫା ଦଳ ପାଇଁ ମହଙ୍ଗା ପଡିପାରେ।ଯେତେବେଳେ ଅତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରାଯାଇଥିଲା, ସେତେବେଳେ ଏହି ପଦ ପାଇଁ କୈଳାଶ ଗେହଲୋଟଙ୍କ ନାମ ମଧ୍ୟ ଆସୁଥିଲା। ତେବେ ଏହି ବଡ଼ ଦାୟିତ୍ୱ ପାଇଁ କେଜରିୱାଲ ଅତିଶୀଙ୍କୁ ବାଛିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+