ଆମରଣ ଅନଶନ କରି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆତିଶୀ

ନୂଆଦିଲ୍ଲୀ : ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶୀଙ୍କର ବିଗିଡାଲା ସ୍ୱାସ୍ଥ୍ୟବସ୍ଥା । ଚିକିତ୍ସା ପାଇଁ ହସ୍ପିଟାଲରେ ହେଲେ ଭର୍ତି । ଦିଲ୍ଲୀ ଏକ ଘରୋଇ ଡାକ୍ତରଖାନାରେ ଚାଲିଛି ଜଳ ମନ୍ତ୍ରୀ ଆତିଶୀଙ୍କ ଚିକିତ୍ସା । ଖାଦ୍ୟ, ପାନୀୟ ନପାଇ ଭୋକ ଉପାସର ପଞ୍ଚମ ଦିନ ହେତୁ ଆତିଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ମଙ୍ଗଳବାର ପଞ୍ଚମ ଦିନରେ ପ୍ରବେଶ କରିଥିବା ହରିୟାଣା ଦିଲ୍ଲୀର ଜଳ ଅଂଶ ଛାଡିବାକୁ ଦାବି କରି ଅତିଶୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଥିଲେ ।

ସୋମବାର ଦିନ ଏଲ୍‌ଏନ୍‌ଜେପି ହସ୍ପିଟାଲର ଡାକ୍ତରମାନେ ଅତିଶୀଙ୍କୁ ଯାଞ୍ଚ କରିଥିଲେ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ହେତୁ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଆଡମିଶନ କରିବାକୁ ପରାମର୍ଶ ଦେଇଥିଲେ । ଅତିଶୀ କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଜାରି ରଖିବାକୁ ଦୃଢ଼ ପ୍ରତିଜ୍ଞାବଦ୍ଧ ଥିଲେ ।

Delhi Minister Atishi Hospitalized

ଗତକାଲି ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ଆତିଶୀ ନିଜ ଜିଦରେ ଅଟଳ ରହିଥିଲେ । ଦିଲ୍ଲୀବାସୀଙ୍କୁ ପାଣି ଠିକ ଭାବେ ନ ଯୋଗାଣ ହେବା ଯାଏ ସେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, "ମୋ ରକ୍ତ ଚାପ ଓ ସର୍କାର ସ୍ତର କମିବାରେ ଲାଗିଛି । ମୋ ଓଜନ ମଧ୍ୟ ହ୍ରାସ ପାଇଲାଣି । କେଟୋନ ସ୍ତର ମଧ୍ୟ ଅତ୍ୟଧିକ ଅଧିକ ହୋଇଗଲାଣି, ଯାହା ପରବର୍ତ୍ତୀ ସମୟରେ କ୍ଷତିକାରକ ସାବ୍ୟସ୍ତ ହେବ ।"

ଏସବୁ ସତ୍ତ୍ୱେ ଆତିଶୀ ହସ୍ପିଟାଲ ଯିବାକୁ ମନା କରି ଦେଇଥିଲେ । ସେ କହିିଥିଲେ , "ଶରୀର ଯେତେ କଷ୍ଟ ପାଇଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ । ହରିୟାଣା ପାଣି ରିଲିଜ ନ କରିବା ଯାଏ ମୁଁ ମୋର ଆନ୍ଦୋଳନ ଜାରି ରଖିବି ।" କିନ୍ତୁ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ତା ଅଧିକ ବିଗିଡ଼ିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+