ଦିଲ୍ଲୀରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ! ସହକାରୀ ପ୍ରଫେସର ଗିରଫ
ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଜଣେ ୧୮ ବର୍ଷିଆ ଡାକ୍ତରୀ (ଏମବିବିଏସ) ଛାତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଫେରାର ଥିବାବେଳେ ତାକୁ ଗିରଫ ଉଦ୍ୟମ ଜାରି ରହିଛି। ପୀଡିତା ଜଣକ ହରିୟାଣାର ଜିନ୍ଦ୍ ନିବାସୀ ହୋଇଥିବାବେଳେ ଏଠାରେ ହଷ୍ଟେଲରେ ରହୁଥିଲେ। ସେପ୍ଟେମ୍ବର ୯ରେ ଅଭିଯୁକ୍ତ ଏହି ଛାତ୍ରୀଙ୍କୁ ରାତ୍ରିଭୋଜନ ଆଳରେ ଆଦର୍ଶ ନଗର ସ୍ଥିତ ଏକ ହୋଟେଲକୁ ନେଇଥିଲେ।

ସେଠାରେ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦିଆଯାଇଥିଲା। ଏହାପରେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ଏହାର ଭିଡିଓ ପ୍ରସ୍ତୁତ କରିଥିଲା। ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ମାଧ୍ୟମ କରି ସେ ପୀଡିତାଙ୍କୁ ବ୍ଲାକମେଲ କରିଚାଲିଥିଲା। ଛାତ୍ରୀଜଣକ ଥାନାରେ ଏତଲା ଦାଏର କରିବାପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି। ଅନ୍ୟ ଏକ ଘଟଣାରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ପୁଲିସ ଗୁରୁ ତେଗବାହାଦୂର ହସ୍ପିଟାଲର ଜଣେ ସହକାରୀ ପ୍ରଫେସରଙ୍କୁ ଗିରଫ କରିଛି।












Click it and Unblock the Notifications