Get Updates
Get notified of breaking news, exclusive insights, and must-see stories!

ଆଜି ଦିଲ୍ଲୀ ମେୟର ନିର୍ବାଚନ, ବିଜେପି ନେତାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି

ଆଜି ଦିଲ୍ଲୀ ମେୟର ନିର୍ବାଚନ: ବିଜେପି ନେତାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି

Delhi Mayor Election: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ର ମେୟର ତଥା ଡେପୁଟି ମେୟର ନିର୍ବାଚନ ଶୁକ୍ରବାର ଅର୍ଥାତ୍ ଆଜି ଅନୁଷ୍ଠିତ ହେବ । ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନର ମେୟର ଏବଂ ଡେପୁଟି ମେୟର ନିର୍ବାଚନ ପୂର୍ବରୁ ଉପ-ରାଜ୍ୟପାଳ ଭି.କେ ସକ୍ସେନା ବିଜେପି ନେତା ସତ୍ୟ ଶର୍ମାଙ୍କୁ ନିର୍ବାଚନକୁ ପରିଚାଳନା କରିବା ପାଇଁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି । ଉପ-ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ଆମ୍ ଆଦମୀ ପାର୍ଟି ବିରୋଧ କରିଛି । ଏଥି ସହ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ମଧ୍ୟ ଏକ ରାଜନୈତିକ କନ୍ଦଳ ଆରମ୍ଭ ହୋଇଛି । ଯେଉଁଥି ପାଇଁ ଆପ୍ ଏବଂ ଉପ-ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଛି ।

Delhi Mayor Election

ଏମସିଡିରେ ମେୟର ଏବଂ ଡେପୁଟି ମେୟରଙ୍କୁ ନେଇ ଆମ୍ ଆଦମୀ ପାର୍ଟି ଏବଂ ବିଜେପିର ନିଜସ୍ୱ ଦାବି ରହିଛି । ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ଏମସିଡି ନିର୍ବାଚନରେ ​​ହାରିବା ସତ୍ୱେ ମେୟର ପଦବୀ ବଜାୟ ରହିବ ବୋଲି ବିଜେପି ଦାବି କରିଛି ।

ତେବେ ମେୟର ପଦ ପାଇଁ ଶେଲୀ ଓବରୟ ଓ ଆଶୁ ଠାକୁର ଆପରୁ ଲଢୁଥିବା ବେଳେ ବିଜେପି ରେଖା ଗୁପ୍ତାଙ୍କୁ ପାର୍ଥୀ ଭାବେ ମନୋନିତ କରିଛି ଏବଂ ବିଜେପି କଳମ ବାଗ୍ରୀଙ୍କୁ ଡେପୁଡି ମେୟର ପଦ ପାଇଁ ଚୟନ କରିଥିବା ବେଳେ ଆପ୍ ମହମ୍ମଦ ଇକବାଲ ଏବଂ ଜଲକ କୁମାରଙ୍କୁ ଡେପୁଟି ମେୟର ପ୍ରାର୍ଥୀ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+