୧୬ରେ ହେବ ଦିଲ୍ଲୀ ମେୟର୍ ନିର୍ବାଚନ: ପୂର୍ବରୁ ୩ ଥର ସ୍ଥଗିତ ରହିଥିଲା

ଫେବୃଆରୀ ୧୬ରେ ହେବ ଦିଲ୍ଲୀ ମେୟର୍ ନିର୍ବାଚନ । ପୂର୍ବରୁ ଆପ୍-ବିଜେପି ମଧ୍ୟରେ ବିବାଦ ପାଇଁ ୩ ଥର ସ୍ଥଗିତ ରହିଥିଲା ନିର୍ବାଚନ ।

delhi mayor election

ନୂଆଦିଲ୍ଲୀ:ଫେବୃଆରୀ ୧୬ ତାରିଖରେ ହେବ ଦିଲ୍ଲୀ ମେୟର ନିର୍ବାଚନ । ପୂର୍ବରୁ ଆପ୍-ବିଜେପି ମଧ୍ୟରେ ବିବାଦ ପାଇଁ ୩ ଥର ସ୍ଥଗିତ ରହିଥିଲା ଦିଲ୍ଲୀ ମେୟର୍ ନିର୍ବାଚନ । ଆଜି ଉପରାଜ୍ୟପାଳ ଭି.କେ ସାକ୍ସେନା ଏନେଇ ଗ୍ରୀନ ସିଗନାଲ୍ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅବବିନ୍ଦ କେଜ୍ରିୱାଲ୍ ଦେଇଥିବା ପ୍ରସ୍ତାବକୁ ସେ ମଞ୍ଜୁରି ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଚଳିତ ମାସ ୧୬ ତାରିଖ ଅର୍ଥାତ୍ ଗୁରୁବାର ଦିନ ମେୟର, ଡେପୁଟି ମେୟର, ଏବଂ ସ୍ଥାୟୀ କମିଟିର ନିର୍ବାଚନ ହେବ ।

ମେୟର ଏବଂ ଷ୍ଟାଣ୍ତିଂ କମିଟିର ୬ ଜଣ ସଦସ୍ୟ ପୂର୍ବରୁ ଦିଲ୍ଲୀ ସରକାର ଏବଂ ଏମସିଡି ଚଳିତ ମାସ ୧୬ରେ ମେୟର ନିର୍ବାଚନ ପାଇଁ ତାରିଖ ସ୍ଥିର କରିଥିଲେ । ଚୂଡାନ୍ତ ନିଷ୍ପତ୍ତି ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ପାଖରେ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ମିଳିଛି ସିକୃତି ।

ସୂଚନାଥାଉ ଯେ, ପୂର୍ବରୁ ବିଜେପି-ଆପ ମଧ୍ୟରେ ବିବାଗ ପାଇଁ ଗୃହରେ ହଙ୍ଗାମ ହୋଇଥିଲା । ଯେଉଁଥିପାଇଁ ସ୍ଥଗିତ ରହିଥିଲା ମେୟର ନିର୍ବାଚନ । ଫେବୃଆରୀ ୬ ତାରିଖରେ ନିର୍ବାଚନ ପୂର୍ବରୁ ବିଜେପି ଓ ଆପ୍ ସଦସ୍ୟମାନ ମୁହାଁମୁହିଁ ହୋଇଥିଲେ ଯେଉଁଥି ପାଇଁ ଭୋଟିଂ ହୋଇପାରି ନଥିଲା । ପୂର୍ବରୁ ମଧ୍ୟ ଦୁଇ ଥର ଦୁଇ ଦଳର ବିବାଦ ପାଇଁ ନିର୍ବାଚନ ହୋଇ ପାରିନଥିଲା । ତେବେ ଏହି ମାମଲାକୁ ନେଇ ଆପ୍ ନେତା ଆତିଶୀ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ଅନୁଷ୍ଠିତ ହେବା ଉଚିତ୍।

ସୂଚନାଥାଉ ଯେ, ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ୍ ଦେବାର ଅଧିକାର ମିଳିଛି ଯାହାକୁ ଆପ୍ ବିରୋଧ କରୁଛି । ଯେଉଁଥି ପାଇଁ ଉଭୟ ଦଳ ମଧ୍ୟରେ ବାରମ୍ବାର ବିବାଦ ସୃଷ୍ଟି ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+