ପୁଣି ଗୃହରେ ଆପ୍-ବିଜେପିର ସଂଘର୍ଷ , ତୃତୀୟ ଥର ପାଇଁ ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ
ଦେଶର ରାଜଧାନୀ ଦିଲ୍ଲୀରେ ତୃତୀୟ ଥର ପାଇଁ ମେୟର, ଡେପୁଟି ମେୟର ଏବଂ ସ୍ଥାୟୀ କମିଟି ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ ପୂର୍ବରୁ ବିଜେପି ଓ ଆପ୍ ସଦସ୍ୟମାନ ମୁହାଁମୁହିଁ ହୋଇଥିଲେ ଯେଉଁଥି ପାଇଁ ଭୋଟିଂ ହୋଇପାରି ନାହିଁ ।

ସୂଚନାଥାଉ ଯେ, ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ୍ ଦେବାର ଅଧିକାର ମିଳିଛି ଯାହାକୁ ଆପ୍ ବିରୋଧ କରିଛ୍ । ଯେଉଁଥି ପାଇଁ ଉଭୟ ଦଳ ମଧ୍ୟରେ ବାରମ୍ବାର ବିବାଦ ସୃଷ୍ଟି ହେଉଛି । ଆଜି ଗୃହରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାରୁ ପ୍ରିଜାଇଡିଂ ଅଫିସର ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ ।
ସେପଟେ ଆମ୍ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶୈଲି ଓବରୋଇ ନିର୍ବାଚନକୁ ସ୍ଥଗିତ ହେବା ପରେ ବିଜେପିକୁ ଟାର୍ଗେଟ୍ କରିଛି । ସେ କହିଛନ୍ତି ଯେ, ବିଜେପି ସମ୍ବିଧାନ ଅନୁଯାୟୀ ନିର୍ବାଚନ କରିବା ପାଇଁ ଦେଉ ନାହିଁ । ଯେଉଁଥିପାଇଁ ମନୋନୀତ କାଉନସିଲରମାନଙ୍କୁ ଛଳନା କରି ଭୋଟ୍ ଦେବାର ଅଧିକାର ଦିଆଯାଉଛି । ଏହା ଅତ୍ୟନ୍ତ ଭୁଲ ଏବଂ ଏଥିପାଇଁ ଆମେ ପୂର୍ବରୁ ସୁପ୍ରିମକୋର୍ଟ ଯାଇଥିଲୁ ଏବଂ ବର୍ତ୍ତମାନ ଆଉ ଥରେ ମଧ୍ୟ ଯିବୁ । ଏମସିଡିର ୧୩୪ କର୍ପୋରେଟର ଜଣେ ସ୍ୱାଧୀନ ସଦସ୍ୟ ପ୍ରିଜାଇଣ୍ତିଂ ଅଫିସର ସତ୍ୟ ଶର୍ମାଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ, ନିୟମ ଅନୁସାରେ ମନୋନୀତ ହୋଇଥିବା ସଦସ୍ୟ ଭୋଟ୍ ଦେଇ ପାରିବେ ନାହିଁ । ସେଥିପାଇଁ ଦିଲ୍ଲୀ ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ତିଂ କମିଟିରୁ ସେମାନଙ୍କୁ ଦୂରରେ ରଖାଯାଉ ।












Click it and Unblock the Notifications