ଦିଲ୍ଲୀ ମେୟର ନିର୍ବାଚନ ପୂର୍ବରୁ ବିବାଦ, ମୁହାଁମୁହିଁ ହୋଇଛନ୍ତି ଆପ୍ ଓ ବିଜେପି କର୍ମୀ
ଦିଲ୍ଲୀ ମେୟର ନିର୍ବାଚନ ପୂର୍ବରୁ ବିବାଦ, ମୁହାଁମୁହିଁ ହୋଇଛନ୍ତି ଆପ୍ ଓ ବିଜେପି କର୍ମୀ, ଭୋଟ୍ ଦେବାର ଠିକ୍ ପୂର୍ବରୁ ଗୃହରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଗୃହରେ କାଉନସିଲରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଯାହାର ଭିଡିଓ ଏବେ ସୋସିଆଲ
ଦିଲ୍ଲୀ: ଶୁକ୍ରବାରରେ ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପାଇଁ ଏମସିଡିରେ ମତଦାନ ଅନୁଷ୍ଠିତ ହେବ। ତେବେ ଭୋଟ୍ ଦେବାର ଠିକ୍ ପୂର୍ବରୁ ଗୃହରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଗୃହରେ କାଉନସିଲରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ଦ୍ୱାରା ସତ୍ୟ ଶର୍ମାଙ୍କୁ ଆସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ବିରୋଧ କରି ଆପ ସଦସ୍ୟ ମାନେ ହୋହଲ୍ଲା କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଜି ମେୟର ନିର୍ବାଚନ ପୂର୍ବରୁ କାଉନସିଲରମାନେ ଅସ୍ଥାୟୀ ବାଚସ୍ପତିଙ୍କ ଦ୍ୱାରା ଶପଥ ନେଇଥାନ୍ତେ । ହେଲେ ଏହା ପୂର୍ବରୁ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି ।
ତେବେ ଭାଇରାଲ ହେଉଥିବା ଭିଡିଓରେ ଗୃହର ଦିଲ୍ଲୀ ପୋଲିସ କର୍ମଚାରୀ ମଧ୍ୟ ନଜର ଆସୁଛନ୍ତି। ଦିଲ୍ଲୀ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ଭିଡିଓରେ ଦେଖାଯାଉଛି ଯେ ଦିଲ୍ଲୀ ପୋଲିସ କର୍ପୋରେଟରମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛି, କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।
ଏମସିଡି ମେୟର ନିର୍ବାଚନକୁ ନେଇ ଗୃହରେ ହୋଇଥିବା ଉତ୍ତେଜନାକୁ ନେଇ ବିଜେପି ସାଂସଦ ମନୋଜ ତିୱାରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ସେମାନେ ହିଂସା ଉପରେ ନିର୍ଭରଶୀଳ, ଯଦି ବିଜେପି ସଂଯମତା ସହିତ କାର୍ଯ୍ୟ କରିନଥାନ୍ତା, ତେବେ ପରିସ୍ଥିତି ଆହୁରି ଖରାପ ହୋଇଥାନ୍ତା ।
ସେହିପରି ଆପ ଅଭିଯୋଗ କରିଛି ଯେ, ସମସ୍ତ ଗଣତାନ୍ତ୍ରିକ ପରମ୍ପରା ଓ ଅନୁଷ୍ଠାନକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଉଛି । ଏଭଳି ବେଆଇନ ଏବଂ ଆସାମ୍ବିଧାନକ ବ୍ୟବହାର ପାଇଁ ଆପ୍ ରାଜ୍ୟ ପାଳଙ୍କୁ ଚିଠି ଲେଖିଛି । ଉପରାଜ୍ୟପାଳ ଦିଲ୍ଲୀରେ ତାଙ୍କ ସରକାରକୁ ଅଣଦେଖା କରି କ୍ଷମତାର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।












Click it and Unblock the Notifications