ଆସନ୍ତାକାଲି ଠାରୁ ବନ୍ଦ ହେବ ରାଜଧାନୀର ଘରୋଇ ମଦ ଦୋକାନ
ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ନୂତନ ଅବକାରୀ ନୀତି 2022-21 ପ୍ରତ୍ୟାହାର ନିଷ୍ପତ୍ତି ପରେ ଅଗଷ୍ଟ 1 ରୁ ରାଜଧାନୀ ଦିଲ୍ଲୀରେ ଘରୋଇ ମଦ ଏବଂ ବିୟର ଷ୍ଟୋର ବନ୍ଦ କରାଯିବ ।
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ନୂତନ ଅବକାରୀ ନୀତି 2022-21 ପ୍ରତ୍ୟାହାର ନିଷ୍ପତ୍ତି ପରେ ଅଗଷ୍ଟ 1 ରୁ ରାଜଧାନୀ ଦିଲ୍ଲୀରେ ଘରୋଇ ମଦ ଏବଂ ବିୟର ଷ୍ଟୋର ବନ୍ଦ କରାଯିବ । ଏଥିଯୋଗୁଁ ଆଗାମୀ ଦିନରେ ଦିଲ୍ଲୀ ଏକ ବଡ଼ ମଦ ଅଭାବର ସାମନା କରିବା ପାଇଁ ଚାଉଛି ।

ସହରରେ ଥିବା 468 ଟି ଘରୋଇ ମଦ ଦୋକାନକୁ ଅଗଷ୍ଟ 1 ତାରିଖ ଅର୍ଥାତ ଆସନ୍ତା କାଲିଠାରୁ ବନ୍ଦ କରାଯିବ । କାରଣ ଏହି ଷ୍ଟୋରମାନଙ୍କର ଲାଇସେନ୍ସର ଅବଧି ଏବଂ ନୂତନ ଉତ୍ପାଦ ନୀତି ଆଜି ଶେଷ ହେବ । ତେଣୁ ସହରରେ ଥିବା କିଛି ଘରୋଇ ମଧ ଦୋକାନ ଗୋଟିଏ ସାଥିରେ ଗୋଟିଏ ଫ୍ରି ମଦ ବିକ୍ରି କରୁଥିବା ଦେଖାଯାଇଛି।
ଶନିବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, 'ଦିଲ୍ଲୀ ସରକାର ନୂଆ ଅବକାରୀ ନିୟମକୁ ପ୍ରତ୍ୟାହର କରିବା ସହ କେବଳ ସରକାରୀ ମଦ ଦୋକାନରେ ମଦ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟକୁ ଭ୍ରଷ୍ଟାଚାରରୁ ଦୂର ରଖିବା ପାଇଁ ଏହି ନୀତି ଅଣାଯାଇଛି । ପୂର୍ବରୁ ସରକାରଙ୍କୁ 850 ମଦ ଦୋକାନରୁ ପ୍ରାୟ 6000 କୋଟି ଟଙ୍କା ରାଜସ୍ବ ମିଳୁଥିଲା। କିନ୍ତୁ ବର୍ତ୍ତମାନ 9000 କୋଟିରୁ ଅଧିକ ମିଳିଛି "।
ଅନ୍ୟପଟେ ବିଜେପିକୁ ଟାର୍ଗେଟ କରି ମନିଷ କହିଛନ୍ତି, "ଗୁଜରାଟରେ ଖୋଲାଖୋଲି ଭାବେ ମଦ ବିକ୍ରି ଚାଲିଛି। ସେମାନଙ୍କ ଦଳୀୟ ଲୋକମାନେ ହିଁ ମଦ ତିଆରି କରୁଛନ୍ତି । ଫଳରେ ବିଷାକ୍ତ ମଦ ପିଇ ଅନେକ ଲୋକ ପ୍ରାଣ ହରାଉଛନ୍ତି" ।
ବିଶେଷ କଥା ହେଉଛି ଅବକାରୀ ନିୟମ ସମାପ୍ତ ପରେ ହୋଟେଲ, କ୍ଲବ ଏବଂ ରେସ୍ତୋରାଁରେ ମଦ ଅଭାବ ଦେଖା ଦେଇପାରେ । କାରଣ ଏହି ସ୍ଥାନମାନଙ୍କୁ ବେସରକାରୀ ହୋଲସେଲରଙ୍କ ଦ୍ବାରା ମଦ ଯୋଗାଇ ଦିଆଯାଉଥିଲା। ତେଣୁ ସିଧାସଳଖ ଭାବେ ମଦ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।
ପୁରୁଣା ଉତ୍ପାଦ ନୀତି ବ୍ୟବସ୍ଥା ଅଧୀନରେ ଚାରିଟି ସରକାରୀ ନିଗମ ଦିଲ୍ଲୀରେ ମୋଟ 864 ଟି ମଧ୍ୟରୁ 475 ଟି ମଦ ଦୋକାନ ଚଳାଇଥିଲେ। କିନ୍ତୁ ବର୍ତ୍ତମାନ ମଦ ପାଇଁ ଲମ୍ବା ଧାଡିରେ ଦୋକାନ ସାମନାରେ ଛିଡା ହେବାକୁ ପଡି ପାରେ। କେବଳ ଏତିକି ନୁହେଁ ମଦର ଦର ମଧ୍ୟ ମହଙ୍ଗା ହେବା ନେଇ ଚର୍ଚ୍ଚା ହେଉଥିବା ଦେଖାଯାଇଛି ।












Click it and Unblock the Notifications