ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ
କେରଳ ପରେ ରାଜଧାନୀ ଦିଲ୍ଲୀ ମୁହାଁ ମଙ୍କିପକ୍ସ । ରାଜଧାନୀର ଜଣେ 34 ବର୍ଷବୟସ୍କ ଜଣେ ବ୍ୟକ୍ତି ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। କେରଳରେ 3 ମାମଲା ପରେ ଏହା ଭାରତରେ ଚତୁର୍ଥ ମାମଲା ।
ନୂଆଦିଲ୍ଲୀ: କେରଳ ପରେ ରାଜଧାନୀ ଦିଲ୍ଲୀ ମୁହାଁ ମଙ୍କିପକ୍ସ । ରାଜଧାନୀର ଜଣେ 34 ବର୍ଷବୟସ୍କ ଜଣେ ବ୍ୟକ୍ତି ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। କେରଳରେ 3 ମାମଲା ପରେ ଏହା ଭାରତରେ ଚତୁର୍ଥ ମାମଲା ।

ସୂଚନା ଅନୁସାରେ, ବ୍ୟକ୍ତି ଜଣକ ନିକଟରେ ହିମାଚଳ ପ୍ରଦେଶର ମନାଲି ଯାତ୍ରା କରିଥିଲେ । ସେଠାରେ ଏକ ଷ୍ଟାଗ୍ ପାର୍ଟିରେ ଯୋଗ ଦେଇଥିଲେ। ଫଳରେ ସେଠାରୁ ଆସିବା ପରେ ପଶ୍ଚିମ ଦିଲ୍ଲୀର ଏହି ବ୍ୟକ୍ତିଙ୍କୁ ମଙ୍କିପକ୍ସର ଲକ୍ଷଣ ଦେଖାଇଥିଲା । ଏହାପରେ ପ୍ରାୟ ତିନି ଦିନ ପୂର୍ବେ ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନମୁନା ଶନିବାର ଦିନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି) ପୁଣେକୁ ପଠାଯାଇଥିଲା । ଏହାପରେ ସେ ମଙ୍କିପକ୍ସ ପଜିଟିଭ ବୋଲି ଜଣାପଡିଥିଲା ।
ଡବ୍ଲ୍ୟୁଏଚଓ ଶନିବାର ଦିନ ମଙ୍କିପକ୍ସକୁ ଆନ୍ତର୍ଜାତୀୟ ଚିନ୍ତାର ଏକ ବିଶ୍ୱ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବରେ ଘୋଷଣା କରିଥିଲା। ମଙ୍କିପକ୍ସ ଭୂତାଣୁ ସଂକ୍ରମିତ ପଶୁମାନଙ୍କଠାରୁ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ସମ୍ପର୍କ ମାଧ୍ୟମରେ ମଣିଷକୁ ସଂକ୍ରମିତ ହୁଏ। ମଣିଷରୁ ମଣିଷକୁ ଚର୍ମ କିମ୍ବା କ୍ଷତ ସହିତ ସିଧାସଳଖ ସଂସ୍ପର୍ଶରେ ଆସିପାରେ । ବର୍ତ୍ତମାନସୁଦ୍ଧା ବିଶ୍ୱସ୍ତରରେ 75ଟି ଦେଶରୁ 16,000ରୁ ଅଧିକ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ଏବେ ସୁଦ୍ଧା ଏହି ସଂକ୍ରମଣରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି । ଭାରତ ବ୍ୟତୀତ ଥାଇଲାଣ୍ଡରୁ ଗୋଟିଏ ମାମଲା ଚିହ୍ନଟ କରାଯାଇଛି ।












Click it and Unblock the Notifications