ବିଶାଲ ମେଗା ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ଗତକାଲି ସନ୍ଧ୍ୟାରେ ଦିଲ୍ଲୀର କାରୋଲବାଗରେ ଥିବା ବିଶାଲ ମେଗା ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ୬ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚିଥିଲା । ଦୀର୍ଘ ୧୨ ଘଣ୍ଟାର କଠିନ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ।

ସୂଚନାନୁଯାୟୀ, ଅଗ୍ନିକାଣ୍ଡ ସମୟରେ ଜଣେ ଯୁବକ ଲିପ୍ଟରେ ଫସି ରହିଥିଲେ । କାରଣ ସେହି ସମୟରେ କରେଣ୍ଟ କାଟି ଦିଆଯିବାରୁ ଫଳରେ ଲିପ୍ଟ ବନ୍ଦ ହୋଇଯାଇଥିଲା । ସେହି ଲିପ୍ଟରେ ଥିବା ଯୁବକଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା । ଏପରି ଅଘଟଣ ସମ୍ପର୍କରେ ଶୁକ୍ରବାର ସନ୍ଧ୍ୟା ୬.୪୪ରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା ।

fire

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ମଧ୍ୟରେ ହିଁ ୪ମହଲାର ପୁରା ମଲକୁ ନିଆଁ ବ୍ୟାପିଯାଇଥିଲା । ଫଳରେ ମଲରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲିଭାଇବା ପରେ, ଏବେ କୁଲିଂ କାମ ଚାଲିଛି ଯାହା ଦ୍ୱାରା ପୁଣିଥରେ ନିଆଁ ବ୍ୟାପିବ ନାହିଁ ।

ଅନ୍ୟପଟେ ଏହାରି ସମ୍ପର୍କରେ ପୋଲିସ ଏକ ଏଫଆଇଆର ଦାଖଲ କରି ତଦନ୍ତ ଆରମ୍ଭ କରିଛି । ଏହା ବ୍ୟତୀତ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପାଇଁ ଫରେନସିକ୍ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+