Get Updates
Get notified of breaking news, exclusive insights, and must-see stories!

ସିସୋଦିଆଙ୍କ ପରେ ତେଲେଙ୍ଗାନା ସିଏମ୍ କେସିଆରଙ୍କ ଝିଅକୁ ଇଡି ପଠାଇଲା ସମନ

ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆପ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କୁ ସମନ ଜାରି କରିଛି ଇଡି ।

 K.Kavitha

Delhi Liquor Scam: ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆପ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କୁ ସମନ ଜାରି କରିଛି ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆସନ୍ତା କାଲି ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ କବିତାଙ୍କୁ ଜେରା କରିବ ଇଡି । ଇଡି ସମନ ମିଳିବା ପରେ ବୁଧବାର ସନ୍ଧ୍ୟାରେ ସେ ଦିଲ୍ଲୀରେ ପହଞ୍ଚିଛନ୍ତି । ହେଲେ ଇଡିର ଅନୁସନ୍ଧାନ ପାଇଁ ସେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ ଏକ ସପ୍ତାହର ସମୟ ମାଗିଛନ୍ତି।

ସୂଚନାଥାଉ ଯେ, ଗତବର୍ଷ ଡିସେମ୍ବର ୧୨ ତାରିଖରେ ହାଇଦ୍ରାବଦରେ କବିତାଙ୍କୁ ତାଙ୍କ ବାସଭବନରେ ଦୀର୍ଘ ୭ ଘଣ୍ଟା ଧରି ଜେରା କରିଥିଲା ସିବିଆଇ । ଅନ୍ୟପକ୍ଷରେ ଅନ୍ୟ ଜଣେ ମଦ ଡିଲର ଅମନଦୀପ ଢାଲଙ୍କୁ ମଧ୍ୟ ମାର୍ଚ୍ଚ ୨୧ ଯାଏଁ ବିଚାରବିଭାଗୀୟ ହେପାଜତକୁ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କବିତାଙ୍କ ସିଏ ବୁଚିବାବୁଙ୍କୁ ସୋମବାର ଦିନ କୋର୍ଟଙ୍କ ପକ୍ଷରୁ ଜାମିନ ମିଳିଛି ।

ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ଏବଂ ଆପ୍ ନେତା ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ସିସୋଦିଙ୍କୁ ପ୍ରାୟ ୮ ଘଣ୍ଟା ପଚରାଉଚରା ପରେ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା । ତାଙ୍କୁ ବର୍ତ୍ତମାନ ତିହାର ଜେଲରେ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+