ଦିଲ୍ଲୀ ମଦ ଦୁର୍ନୀତି ମାମଲା:ଇଡିରେ ହାଜର ହେବେ କେସିଆରଙ୍କ ଝିଅ କେ.କବିତା

ଲ୍ଲୀ ମଦ ଦୁର୍ନୀତି ମାମଲା । ଆଜି ତେଲେଙ୍ଗାନା ସିଏମ୍ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍ ନେତା କେ.କବିତା ଇଡିରେ ହାଜର ଏବେ ।

k kavitha

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା । ଆଜି ତେଲେଙ୍ଗାନା ସିଏମ୍ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍ ନେତା କେ.କବିତା ଇଡିରେ ହାଜର ହେବେ । ସୂଚନା ରହିଛି ଯେ, ଆଜି ତାଙ୍କୁ ବ୍ୟବସାୟୀ ରାମଚନ୍ଦ୍ର ପିଲ୍ଲାଇଙ୍କ ସାମ୍ନାରେ ବସାଇ ଜେରା କରିବ ଇଡି ।

ଅନ୍ୟପକ୍ଷରେ ତେଲେଙ୍ଗାନାରେ ପୋଷ୍ଟର ୱାର ଆରମ୍ଭ ହୋଇଯାଇଛି । ପଚରାଉଚରା ପୂର୍ବରୁ ହାଇଦ୍ରାବାଦରେ ବିଭିନ୍ନ ପୋଷ୍ଟର ଦେଖିବାକୁ ମିଳୁଛି । ଏହି ପୋଷ୍ଟରରେ ବିଭିନ୍ନ ରାଜ୍ୟରୁ ଆସିଥିବା 'କଳଙ୍କିତ' ନେତାମାନଙ୍କର ଫଟୋ ରହିଛି । ଯେଉଁମାନେ ବିଜେପିରେ ଯୋଗ ଦେଇଛନ୍ତି ଏବଂ ଆଉ ଯେଉଁ ମାନଙ୍କୁ କୌଣସି ଏଜେନ୍ସି କିଛି ପଚରାଉଚରା କରୁ ନାହିଁ ।

ଏଥି ସହ କବିତା କହିଛନ୍ତି ଯେ ଇଡି, ଅନୁସନ୍ଧାନରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଇଡି ଆଗରେ କବିତାଙ୍କ ହାଜର ହେବା ପୂର୍ବରୁ ବିଆରଏସ କର୍ମୀ ଏବଂ ସମର୍ଥକମାନେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେସିଆରଙ୍କ ଘର ବାହାରେ ଏକତ୍ରିତ ହୋଇ ନିଜର ବିରୋଧ ପ୍ରଦର୍ଶନ କରୁଛନ୍ତି । ଏଥି ସହ କେସିଆରଙ୍କ ପୁଅ ତଥା ମନ୍ତ୍ରୀ କେ.ଟି.ଆର ମଧ୍ୟ ତାଙ୍କ ଭଉଣୀ କବିତାଙ୍କୁ ସମର୍ଥନ କରିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।

ସୂଚନାଥାଉ ଯେ, ଇଡି ୯ ତାରିଖରେ କେ.କବିତାଙ୍କୁ ହାଜର ହେବା ପାଇଁ ସମନ ପଠାଇଥିଲା ହେଲେ ସେ ୧୬ ତାରିଖ ଯାଏଁ ସମୟ ମାଗିଥିଲେ । ଯାହା ପରେ ତାଙ୍କୁ ଆଜି ଅର୍ଥାତ୍ ମାର୍ଚ୍ଚ ୧୧ ପର୍ଯ୍ୟନ୍ତର ସମୟ ଦିଆଯାଇଥିଲା । ଅନ୍ୟପକ୍ଷରେ ଅବକାରୀ ନୀତି ଦୁର୍ନୀତି ମାମଲାରେ କୋର୍ଟ ଆପ୍ ନେତା ମନୀଷ ସିସୋଦିଆଙ୍କୁ ୭ ଦିନ ପାଇଁ ଇଡି ରିମାଣ୍ତରେ ପଠାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+