ସିସୋଦିଆଙ୍କୁ ଶକ୍ତ ଝଟକା: ବଢିଲା ନ୍ୟାୟିକ ହେପାଜତ ଅବଧି, ପୁଣି କୋର୍ଟରେ ଜାମିନ ଆବେଦନ କଲେ କେଜ୍ରିୱାଲ
Delhi Excise Policy: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଆପ ନେତା ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା । ଗୁରୁବାର ଦିନ ରାଉସ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ 6 ଜୁଲାଇ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ।

ଗତ ବର୍ଷ ଦିଲ୍ଲୀ ଲିକର୍ ପଲିସି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା। ଫେବୃଆରୀରେ, ଲକ୍ଷ୍ନୌ ରେ ତାଙ୍କ ଭଣଜାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ସିସୋଦିଆଙ୍କୁ ତିନି ଦିନ ପାଇଁ ଜାମିନ ପ୍ରଦାନ କରାଯାଇଥିଲା।
ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ହାତରେ ରହିଛି ଆଉ ମାତ୍ର ୩ଦିନ । ଜୁନ ୨ ତାରିଖରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ । ଏହାରି ମଧ୍ୟରେ ସେ ଆଉ ଥରେ ଜାମିନ ଆବେଦନ କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଚରେ ଜାମିନ ଆଦେଦନ କରିଛନ୍ତି । ସେ ନିଜ ସ୍ୱାସ୍ଥ୍ୟ ସମସ୍ୟା କାରଣ ଦର୍ଶାଇ ଆଜି ପୁଣି ଜାମିନ ଆବେଦନ କରିଛନ୍ତି ।
ମେଡିକାଲ ଚେକଅପ ପାଇଁ ତାଙ୍କୁ ଅଧିକ ସମୟ ଦରକାର ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ କରିଦେଇଥିଲେ । କେଜ୍ରିୱାଲ କରିଥିବା ୭ ଦିନ ପାଇଁ ଜାମିନ ଅବଧି ବୃଦ୍ଧି ଆବେଦନର ଶୁଣାଣି କରିବାରୁ ସର୍ବୋଚ୍ଚ ଅଦାଲତ ମନ କରିଦେଇଥିଲେ । ସୁପ୍ରିମକୋର୍ଟ ରେଜିଷ୍ଟାର୍ଡ ଏହାକୁ ଗ୍ରହଣ କରିନଥିଲେ ।












Click it and Unblock the Notifications