ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେସିଆରଙ୍କ ଝିଅ କେ.କବିତାଙ୍କୁ ୧୦ ଘଣ୍ଟା ଜେରା କଲା ଇଡି, ଆଜି ପୁଣି ହାଜର ହେବେ
କେ.କବିତା ସୋମବାର ସକାଳ ପ୍ରାୟ ୧୦.୩୦ରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ତାଙ୍କୁ ପ୍ରାୟ ୧୦ ଘଣ୍ଟା କାଳ ପଚରାଉଚରା କରାଯାଇଥିଲା ।

ନୂଆଦିଲ୍ଲୀ :ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ଝିଅ ତଥା ବିଆରଏସ ନେତା କବିତାଙ୍କୁ ପଚରାଉଚରା ପାଇଁ ଇଡି ପୁଣି ନୋଟିସ ପଠାଇଛି । ମଙ୍ଗଳବାର ସକାଳ ୧୧ ଟାରେ କେ କବିତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଭାରତ ରାଷ୍ଟ୍ର ସମିତି ନେତା କେ.କବିତାଙ୍କୁ ଦିଲ୍ଲୀ ଏକ୍ସାଇଜ୍ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରାଯାଉଛି ।
କେ.କବିତା ସୋମବାର ସକାଳ ପ୍ରାୟ ୧୦.୩୦ରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ତାଙ୍କୁ ପ୍ରାୟ ୧୦ ଘଣ୍ଟା କାଳ ପଚରାଉଚରା କରାଯାଇଥିଲା । ସୂଚନା ଅନୁସାରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୋମବାର ଦିନ ଇଡି କବିତା ଏବଂ ଅରୁଣ ପିଲ୍ଲାଇଙ୍କୁ ମୁହାଁମୁହିଁ କରି ପଚରାଉଚରା କରିଥିଲା । କେ.କବିତାଙ୍କ ଉପରେ ଇଡିର ସନ୍ଦେହ ଧିରେ ଧିରେ ବଢିବାରେ ଲାଗିଛି ।
ଇଡି ଦାବି କରିଛି ଯେ, ସାଉଥ୍ ଗ୍ରୁପ୍ ଫ୍ରଣ୍ଟମ୍ୟାନ୍ ଅରୁଣ ପିଲ୍ଲାଇ ମଦ ସ୍କାମରେ କବିତାଙ୍କ ସହ ମିଶିଛନ୍ତି । ସେଥିପାଇଁ କବିତା ଏବଂ ଅରୁଣ ପିଲ୍ଲାଇଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ତେବେ ସୋମବାର ଦିନ କବିତାଙ୍କୁ ଦିଲ୍ଲୀ ସରକାରଙ୍କ ମଦ ଦୁର୍ନୀତି ମାମଲାରେ ଦ୍ୱିତୀୟ ଥର ପାଇଁ ପଚରାଉଚରା କରାଯାଇଥିଲା। ଏହାପୂର୍ବରୁ ମାର୍ଚ୍ଚ ୧୧ରେ ତାଙ୍କୁ ପଚରାଉଚରା କରାଯାଇଥିଲା ।
ସୂଚନାଥାଉ ଯେ, ଗୋଆ ବିଧାନସଭା ନିର୍ବାଚନ ସମୟରେ ୧୦୦ କୋଟି ଟଙ୍କା ପାଇଁ ଆପ ନେତାମାନଙ୍କୁ ଲାଞ୍ଚ ଦେଇଥିବା ନେଇ ଅଭିଯୋଗ ହୋଇଛି। ପିଲ୍ଲାଇ ଇଡିକୁ ସୂଚନା ଦେଇ କହିଛନ୍ତି ଯେ, ଏହି ମାମଲାରେ ସେ କବିତାଙ୍କ ସହଯୋଗୀ ଥିଲେ ।












Click it and Unblock the Notifications