Get Updates
Get notified of breaking news, exclusive insights, and must-see stories!

ଦିଲ୍ଲା ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କର ରହିଛି ସିମ୍ପୃକ୍ତି, ତଦନ୍ତରେ କରୁନାହାଁନ୍ତି ସହଯୋଗ :ଇଡି

ଦିଲ୍ଲା ମଦ ଦୁର୍ନୀତି ମାମଲା । ଆଜି ସିସୋଦିଆଙ୍କର କୋର୍ଟରେ ଜାମିନ୍ ଶୁଣାଣି ମାର୍ଚ୍ଚ ୨୧ ରେ ଅନୁଷ୍ଠିତ ହେବ । ଶୁକ୍ରବାର ଦିନ ଏହାର ଶୁଣାଣି ହୋଇପାରି ନାହିଁ।

 manish sisodia

ନୂଆଦିଲ୍ଲୀ: ଦିଲ୍ଲା ମଦ ଦୁର୍ନୀତି ମାମଲା । ଆଜି ସିସୋଦିଆଙ୍କର କୋର୍ଟରେ ଜାମିନ୍ ଶୁଣାଣି ମାର୍ଚ୍ଚ ୨୧ ରେ ଅନୁଷ୍ଠିତ ହେବ । ଶୁକ୍ରବାର ଦିନ ଏହାର ଶୁଣାଣି ହୋଇପାରି ନାହିଁ। ସେହିପରି ଜାମିନ୍ ଶୁଣାଣି ବେଳେ କୋର୍ଟରେ ତଥ୍ୟ ରଖିଛି ଇଡି । ବିଶେଷଜ୍ଞ କମିଟିର ପରାମର୍ଶ ଅନୁସାରେ ଅବକାରୀ ନୀତି କାର୍ଯ୍ୟକାରୀ ହୋଇ ନାହିଁ । ମାତ୍ର କିଛି ଲୋକଙ୍କ ଫାଇଦା ପାଇଁ ଏହି ନୀତି କାର୍ଯ୍ୟକାରୀ କରାଯାଇଥିଲା । ଏହି ନୀତି କାର୍ଯ୍ୟକାରୀ ହେବା ପରେ କିଛି ବ୍ୟକ୍ତିଙ୍କୁ ୧୨ ପ୍ରତିଶତ ଲାଭ ମିଳିଛି । ପ୍ରଥମେ ସିବିଆଇ ଏବଂ ପରେ ଇଡି ପକ୍ଷରୁ ସିସୋଦିଆଙ୍କୁ ଗିରଫ କରଯାଇଛି ।

ଆଜି ଜାମିନ୍ ଶୁଣାଣି ସମେୟରେ ଇଡି କହିଛି ଯେ, ଦିଲ୍ଲୀ ଲିକର ପଲିସିରେ ହୋଲସେଲରଙ୍କୁ ଲାଭ ଦେଇ ବେଆଇନ ରୋଜଗାରର ଏକ ବ୍ୟବସ୍ଥା ସୃଷ୍ଟି ହୋଇଛି। ପଚରାଉଚରା ପାଇଁ ୧୦ ଦିନର ରିମାଣ୍ଡ ଦିଆଯିବା ଉଚିତ ବୋଲି ଇଡି ଦାବି କରିଛି । ଯାହାରୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ । ଜାମିନ ଆବେଦନ ଉପରେ ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଦିନ ତିହାର ଜେଲରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପ ନେତାଙ୍କୁ ପଚରାଉଚରା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ।

ସିସୋଦିଆ ତଦନ୍ତରେ ସହଯୋଗ କରୁନାହଁନ୍ତି
ଇଡିର ପରାମର୍ଶଦାତା କହିଛନ୍ତି ଯେ, ମଦ ବିକ୍ରୟ ପାଇଁ ଲାଇସେନ୍ସ ପ୍ରଦାନ ପାଇଁ ସ୍ଥିର କରାଯାଇଥିବା ବ୍ୟବସ୍ଥାର ଉଲ୍ଲଂଘନ ମଧ୍ୟ ହୋଇଛି। କାର୍ଟେଲ ଗଠନ କରାଯାଇଥିଲା । ମନୋନୀତ ଲୋକମାନେ ଉପକୃତ ହୋଇଥିଲେ । ଅଭିଯୁକ୍ତଙ୍କ ସହ ଜଡିତ ସିଏ ମଧ୍ୟ କିଛି ଜିନିଷ ପ୍ରକାଶ କରିଛି । ହେଲେ ସିସୋଦିଆ ତଦନ୍ତରେ ସହଯୋଗ କରୁ ନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+