ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପଞ୍ଚମ ଇଡି ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଅଡୁଆରେ ଅରବିନ୍ଦ କେଜ୍ରୱାଲ । ଆଜି ପଞ୍ଚମ ଥର ପାଇଁ କେଜ୍ରିୱାଲଙ୍କୁ ଇଡି ସମନ ଜାରି କରାଯାଇଛି । ଏହାକୁ ମିଶାଇ ୫ଥର କେଜ୍ରିୱାଲଙ୍କୁ ସମନ କରିସାରିଲାଣି ଇଡି । ଏହା ପୂର୍ବରୁ ଅନେକ ଥର କେଜ୍ରିୱାଲଙ୍କୁ ନୋଟିସ୍ ଜାରି କରାଯାଇ ସାରିଲାଣି ହେଲେ ସେ ହାଜର ହୋଇନଥିଲେ । ତେବେ ଏଥର ସେ ହାଜର ହେବେ ନା ପୁଣି ଇଡି ସମନକୁ ଅଣଦେଖା କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

Delhi Liquor Policy Case

ଆସନ୍ତା ଫେବ୍ରୁଆରୀ 2 ତାରିଖରେ ହାଜର ହେବାକୁ ସମନରେ ଉଲ୍ଲେଖ କରାଯାଇଛି । ଏହା ପୂର୍ବରୁ ଜାନୁଆରୀ 17, ଜାନୁଆରୀ 3, ଡିସେମ୍ବର 21 ଏବଂ ନଭେମ୍ବର 2 ରେ କେଜ୍ରିୱାଲଙ୍କୁ ଇଡି ସମନ ଜାରି କରାଯାଇଥିଲା, କିନ୍ତୁ ଦିଲ୍ଲୀ ସିଏମ ହାଜର ହୋଇନଥିଲେ । ଆମ୍ ଆଦମୀ ପାର୍ଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କେଜ୍ରିୱାଲ ଇଡିକୁ ପ୍ରଶ୍ନ କରିଥିଲେ ଯେ, ଯଦି ସେ ଏକ୍ସାଇଜ୍ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ନୁହଁନ୍ତି, ତେବେ କାହିଁକି ତାଙ୍କୁ ଇଡିରେ ହାଜର ହେବା ପାଇଁ ବାରମ୍ବାର ନୋଟିସ୍ ଜାରି କରାଯାଉ ଏହାପୂର୍ବରୁ ଇଡି ଦ୍ୱାରା ପଠାଯାଇଥିବା ସମନ ବିଷୟରେ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ଏହା ଏକ ରାଜନୈତିକ ଷଡଯନ୍ତ୍ରର ଏକ ଅଂଶ ।

ସେ ଆହୁରି କହିଛନ୍ତି ଏକ୍ସାଇଜ୍ ମାମଲାର ତଦନ୍ତ ଗତ ଦୁଇ ବର୍ଷ ଧରି ଚାଲିଛି। ଏହି ଦୁଇ ବର୍ଷରେ ସେମାନେ କିଛି ପାଇନାହାଁନ୍ତି । କେତେ ଟଙ୍କା ଉଦ୍ଧାର କରାଯାଇଛି, କୌଣସି ସୁନା କିମ୍ବା ଜମି ଦଲିଲ ମିଳିଲା କି ନାହିଁ, ଏନେଇ କୋର୍ଟ ମଧ୍ୟ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି, କିନ୍ତୁ ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+