ଦିଲ୍ଲୀ ମଦ ଦୁର୍ନୀତି ମାମଲାର; ଆଜି କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସୁପ୍ରିକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ୍ ଆବେଦନ ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ।

Arvind Kejriwal

ହାଇକୋର୍ଟ ଶୁକ୍ରବାର ଠାରୁ କେଜ୍ରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଥିବା ବେଳେ ଏହାକୁ କେଜ୍ରିୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ସୋମବାର ଶୁଣାଣି ବେଳେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ କହିଥିଲେ। ହାଇକୋର୍ଟ ରାୟ ଦେବା ପରେ ହିଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ ବୋଲି କହିଥିଲେ। ଗତକାଲି ହାଇକୋର୍ଟ କେଜ୍ରିୱାଲଙ୍କୁ ନିରାଶ କରିଥିବାରୁ ଆଜି ସର୍ବୋଚ୍ଚ ଅଦାଲତ ଏହାର ଶୁଶାଣି କରିବେ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତକାଲି ତିହାର ଜେଲରେ କେଜ୍ରିୱାଲଙ୍କୁ ଜେରା କରିଛି ସିବିଆଇ । ମଦ ନୀତି ଦୁର୍ନୀତି ମାମଲାରେ ଗୁଡ଼େଇ ତୁଡ଼େଇ ଜେରା କରିଛି ସିବିଆଇ ।

ଜାମିନ୍ ଆବେଦନର ଶୁଣାଣିର ଠିକ୍ ଗୋଟିଏ ଦିନ ପୂର୍ବରୁ ହିଁ ସିବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ଆଜି ଗିରଫ କରାଯାଇପାରେ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏନେଇ କିନ୍ତୁ ଯାଞ୍ଚ ଏଜେନ୍ସି ପକ୍ଷରୁ ଏହାକୁ ସ୍ପଷ୍ଟ କରାଯାଇନାହିଁ ।

ବର୍ତ୍ତମାନ କେଜ୍ରିୱାଲ ED ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତଳ କୋର୍ଟଙ୍କ ଜାମିନ ଉପରେ ରୋକ୍ ଲଗାଇଥିଲେ ଦିଲ୍ଲୀ ହାଇକୋର୍ଟ। ଗତ ୨୦ ତାରିଖରେ ଦିଲ୍ଲୀର ଏକ ତଳ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ। ୧ ଲକ୍ଷ ଟଙ୍କା ବେଲ୍‌ ବଣ୍ଡରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ମାତ୍ର ହାଇକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+