ଇସ୍ତଫା ଦେଲେ ଆତିଶୀ, ଭାଙ୍ଗିଲା ଦିଲ୍ଲୀ ବିଧାନସଭା
ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବାଜି ମାରିଛି ବିଜେପି । ଏଥିସହ ଭୁଶୁଡିଛି ଆପ୍ର ଦୁର୍ଗ । ଆପ୍ର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାଜୟର ସମ୍ମୁଖୀନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଆତିଶୀ ୩୫ ଶହ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେପଟେ ବିଜେପି ସରକାର ଗଢିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ।

ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା । ଦିଲ୍ଲୀରେ ଆପ ପରାଜୟ ପରେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଆତିଶୀଙ୍କ ଇସ୍ତଫା ପରେ ଭାଙ୍ଗିଲା ଦିଲ୍ଲୀ ବିଧାନସଭା । ଏନେଇ ବିଜ୍ଞପ୍ତି ଜାରି କଲେ ଉପ-ରାଜ୍ୟପାଳ ।












Click it and Unblock the Notifications