ଦିଲ୍ଲୀବାସୀଙ୍କ ହୃଦୟରେ ମୋଦି: ଜେପି ନଡ୍ଡା
ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହାବିଜୟ ପରେ ବିଜେପି ମୁଖ୍ୟାଳୟରେ କର୍ମକର୍ତ୍ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମ୍ବୋଧନ । ଦିଲ୍ଲୀରେ ବଡ ବିଜୟ ନେଇ ସବୁ ଶ୍ରେୟ ମୋଦୀ ଏବଂ ଦିଲ୍ଲୀ ଜନତାଙ୍କୁ ଦେଲେ ନଡ୍ଡା । ନଡ୍ଡା କହିଛନ୍ତି ଦିଲ୍ଲୀର ହୃଦୟରେ ମୋଦି ରହିଛନ୍ତି । ମୋଦିଙ୍କ ନେତୃତ୍ବରେ ଦଳ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରିଚାଲିଛି । ବିଜୟ ପାଇଁ ଦିଲ୍ଲୀବାସୀ ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି । ଲୋକସଭା ଓ ବିଧାନସଭା ନିର୍ବାଚନରେ ଦିଲ୍ଲୀବାସୀ ଆମକୁ ଜିତାଇଛନ୍ତି ।

ଏଥିରୁ ସ୍ପଷ୍ଟ ଦିଲ୍ଲୀର ହୃଦୟରେ ମୋଦି ଅଛନ୍ତି । ପୂର୍ବରୁ ନିର୍ବାଚନ ବେଳେ ଦଳଗୁଡ଼ିକ ପ୍ରତିଶ୍ରୁତି ଦେଉଥିଲେ, ଭୁଲି ଯାଉଥିଲେ । କିନ୍ତୁ ମୋଦି ଏଥିରେ ପରିବର୍ତ୍ତନ ଆଣିଛନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ପ୍ରତିଶ୍ରୁତି ପୂରଣ ହେବାର ଗ୍ୟାରେଣ୍ଟି । ଜେ.ପି ନଡ୍ଡା ଆହୁରି କହିଛନ୍ତି ଦିଲ୍ଲୀର ଜନତାଙ୍କୁ ଦୂଷିତ ଜଳ ପିଇବାକୁ ବାଧ୍ୟ କରାଗଲା । ଶିକ୍ଷା, ଗମନାଗମନ ନାଁରେ ଲୋକଙ୍କ ଭାବନା ସହ ଖେଳିଲେ । ଆଜି ଦିଲ୍ଲୀବାସୀ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଆପ୍ଦା ହେଉଛି ମିଛ କହିବାର ଫ୍ୟାକ୍ଟ୍ରି । ଯେଉଁ ଦଳର ନେତା ଦିନେ ନିଜକୁ ସଚ୍ଚୋଟ କହୁଥିଲେ ସିଏ ହିଁ ବଡ ବେଇମାନୀ ଜଣାପଡିଲେ ଆଉ ସେହି ଦଳର ନେତା ଜଣେ ଜେଲ ଫେରନ୍ତା କହି କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି ନଡ୍ଡା












Click it and Unblock the Notifications