G20 ପାଇଁ ପ୍ରସ୍ତୁତ ଦିଲ୍ଲୀ, ସଜେଇ ହୋଇଛି ଭାରତ ମଣ୍ଡପମ୍: ଆସିବେ ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ

G20 Summit 2023: ଆସନ୍ତା ୯ ଏବଂ ୧୦ ତାରିଖ, ଦୁଇ ଦିନ ଧରି ଭାରତର ନୂଆଦିଲ୍ଲୀ ସ୍ଥିତ ପ୍ରଗତୀ ମୈଦାନରେ ଆୟୋଜିତ ହେବାକୁ ଜି-୨୦ ସମ୍ମିଳନୀ । ଏଥିପାଇଁ ସଜେଇ ହୋଇଛି ଦିଲ୍ଲୀ, ଝଲସୁଛି ପ୍ରଗତୀ ମୈଦାନ ।

ବିଶ୍ବର ୨୦ରୁ ଅଧିକ ପ୍ରଭାବଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ ପାଇଁ ଅପେକ୍ଷା କରିଛି ଭାରତ ମଣ୍ଡପମ୍ । ରାଜଧାନୀରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ଜଳ, ସ୍ଥଳ ଓ ଆକାଶ । ସବୁଠି ରହିଛି ସୁରକ୍ଷାକର୍ମୀଙ୍କ କଡ଼ା ନଜର ।

G20 Summit 2023

ରେଳଷ୍ଟେସନ, ବିମାନବନ୍ଦରଓ ବସଷ୍ଟପ୍ ସହ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ପ୍ରବେଶ ପଥରେ କଡାକଡି ଯାଂଚ କରାଯାଉଛି । ଏନଏସଜି, ସିଆରପିଏଫ, ପାରାମିଲିଟାରୀ ଫୋର୍ସ ସହ । ଭରତୀୟ ସେନା ଏବଂ ଦିଲ୍ଲୀ ପୋଲିସ କାନ୍ଧରେ ରହିଛି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ।

ଜି-୨୦ରେ ସାମିଲ ହେବେ କେଉଁ ବିଶ୍ୱ ନେତା ?

ତେବେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି କାଲି ନୂଆଦିଲ୍ଲୀ ପହଞ୍ଚୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନ୍ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ । ଏପଟେ ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ ।

ସେହିଭଳି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ଜି-୨୦ରେ ଯୋଗ ଦେବା ଲାଗି ଭାରତ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ରିଷି ପ୍ରଥମ ଥର ନୂଆଦିଲ୍ଲୀ ଆସୁଥିବା ବେଳେ ତାଙ୍କ ପାଇଁ ପ୍ରସ୍ତୁତ ରହିଛି ଏ ସମ୍ଭ୍ରାନ୍ତ ହୋଟେଲ ସାନଗ୍ରୀ ଲା' । ଅନ୍ୟପଟେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ଜର୍ମାନ, ଜାପାନ, କାନାଡା ଭଳି ଆହୁରି ବହୁ ବିତ୍ତଶାଳୀ ଦେଶର ଶୀର୍ଷ ନେତା ନୂଆଦିଲ୍ଲୀ ଆସୁଥିବା ବେଳେ ସେମାନଙ୍କୁ ପାଇଁ ପ୍ରସ୍ତୁତ ରହିଛି ହୋଟେଲ ମେରିଡିଆନ୍ ।

ସେହିପରି ଦକ୍ଷିଣ ଆଫ୍ରିକା, ତୁର୍କୀ, ଆର୍ଜେଣ୍ଟିନା ଓ ନାଇଜେରିଆ ରାଷ୍ଟ୍ରପତି ଜି-୨୦ ବୈଠକକୁ ଆସିବେ । ଅନ୍ୟପଟେ ଭାରତରେ ଆୟୋଜି ହେଉଥିବା ଜି-୨୦ ବୈଠକକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସୁ ନାହାଁନ୍ତି । ସେହିପରି ବୈଠକରେ ଏଥର ଯୋଗ ଦେଉ ନାହାନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ।

ନୂଆଦିଲ୍ଲୀରେ ଏଥର ଜି-୨୦ ବୈଠକ ଅବସରରେ ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ଅତିଥିଙ୍କୁ ଭିନ୍ନ ଅନୁଭୂତି ଦେବ ପ୍ରଗତି ମୈଦାନରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଭାରତ ମଣ୍ଡପମ୍ । ୨ ହଜାର ୭ ଶହ କୋଟି ଟଙ୍କାରେ ନିର୍ମିତ ଭାରତ ମଣ୍ଡପମ୍ ଭିତରେ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ପ୍ରସ୍ତୁତ ରହିଛି। ଏଠାରେ ଜି-୨୦ ବୈଠକ ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତ ମଣ୍ଡପମ୍ ସମ୍ମୁଖରେ ସ୍ଥାନ ପାଇଥିବା ଆକର୍ଷଣୀୟ ନଟରାଜ ମୂର୍ତ୍ତି ଓ ଏକ ସୁନ୍ଦର ସ୍ୱିମିଂ ପୁଲ ମଧ୍ୟ ଅତିଥିଙ୍କୁ ମନ୍ତ୍ରମୁଗଧ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+