୩ ଆଇଏଏସ ଆଶାୟୀଙ୍କ ମୃତ୍ୟୁ ଘଟଣା: କୋଚିଂ ସେଣ୍ଟରର ମାଲିକଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ଦିଲ୍ଲୀର ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ୱେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହେବା ଘଟଣାରେ କୋଚିଂ ସେଣ୍ଟର ମାଲିକ ଗିରଫ । ଏହି ଦୁର୍ଘଟଣାରେ ବଡ ଅବହେଳା ସାମ୍ନାକୁ ଆସିଛି । ଏହି ମହଲାରେ ତଳ କୋଠାରେ ବେଆଇନ କୋଚିଂ ସେଣ୍ଟର ଚାଲୁଥିଲା । ଗତକାଲିି ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ବନ୍ୟା ପାଣି ପଶିଯିବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।
ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ଓ ଦୁଇ ଜଣ ଛାତ୍ରୀ ଅଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ପୁଲିସ ଏକ ଅପରାଧିକ ମାମଲା ରୁଜୁ କରି କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏକ ଅଧିକାରୀଙ୍କ ସୂଚନା ଅନୁସାରେ, ଆରମ୍ଭ ଯାଞ୍ଚରୁ ଜଣାପଡ଼ିଥିଲା କି ବେସମେଣ୍ଟରେ ଏକ ଲାଇବ୍ରେରୀ ଥିଲା । ଯେଉଁଠାରେ ପ୍ରାୟ ୩୦ରୁ ୩୫ଛାତ୍ର ଉପସ୍ଥିତ ଥିଲେ ।

ସେ କହିଥିଲେ କି, ବେସମେଣ୍ଟରେ ବଡ଼ମାତ୍ରାରେ ପାଣି ପଶି ଯାଇଥିଲା ଏବଂ ଫଶିଥିବା ଛାତ୍ରଙ୍କୁ ବାହାର କରିବାକୁ ରଶିର ସାହାରା ନେଇଥିଲେ । ଜଣେ ପୋଲିସ ଅଧିକାରୀ କହିଛନ୍ତି କି କୋଚିଂ ସେଣ୍ଟରରେ ପାଣି ଭର୍ତ୍ତି ହୋଇଯିବା ପରେ ରଖାଯାଇଥିବା ଫର୍ଣିଚର ଭାସିଯିବାକୁ ଲାଗିଥିଲା । ଯାହାଫଳରେ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇଥିଲା ।












Click it and Unblock the Notifications