ଦିଲ୍ଲୀରେ ନିଆଁ ବର୍ଷା, ପାରଦ ୫୨ ପାର୍‌

ଅସହ୍ୟ ତାପମାତ୍ରାରେ ସିଜୁଛି ସାରା ଦେଶ । କାଶ୍ମୀରରୁ କନ୍ୟାକୁମାରୀ ସବୁଠି ଅସହ୍ୟ ତାତିରେ ସନ୍ତୁଳି ହେଉଛନ୍ତି ଲୋକେ । ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀର ତାପମାତ୍ରା ଆଜି ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଆଜି ଦିଲ୍ଲୀର ତାପମାତ୍ରା ୫୨ ଡିଗ୍ରୀ ସେଲସିୟସ ପାର କରିଛି ।

ପାଣିପାଗ ବିଭାଗର ସୂଚନା ମୁତାବକ ଦଲ୍ଲୀର ମଙ୍ଗେଶପୁରରେ ତାପମାତ୍ରା ୫୨.୩ ଡିଗ୍ରୀରେ ପହଂଚିଛି । ବୁଧବାର ଅପରାହ୍ନ ୨ଟା ୩୦ ସମୟରେ ମଙ୍ଗେଶପୁରରେ ୫୨ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । ବାସ୍ତବରେ ଗତକାଲି ମଧ୍ୟ ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଗତକାଲି ଦିଲ୍ଲୀର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା ।

ଏହାସହିତ ଦିଲ୍ଲୀବାସୀଙ୍କ ପାଇଁ ଆଜିଠାରୁ ନୂଆ ନିୟମ ଲାଗୁ ହୋଇଛି । ନୂଆ ନିୟମ ମୁତାବକ ଦିଲ୍ଲୀରେ ପାଣି ନଷ୍ଟ ପାଇଁ ୨୦୦୦ ଟଙ୍କା ମୂଲ୍ୟର ଚାଲାଣ କଟାଯିବ । ଯଦି କେହି ପାଇପ୍ ସାହାଯ୍ୟରେ କାର୍ ଧୋଉଥିବାର ଦେଖାଯାଏ କିମ୍ବା ଯଦି କାହାର ଘରେ ପାଣି ଟାଙ୍କି ଓଭର ଫ୍ଲୋ ହେଉଥିବାର ଦେଖିବାକୁ ମିଳେ, ତେବେ ତାଙ୍କଠାରୁ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯିବ ।

highest-ever temperature Delhi

ଗୁରୁବାର ଠାରୁ ଦିଲ୍ଲୀ ଜଳ ବୋର୍ଡର ୨୦୦ଟି ଦଳ ଏହି କାର୍ଯ୍ୟରେ ନିୟୋଜିତ ହେବେ । ବାସ୍ତବରେ ଦିଲ୍ଲୀରେ ପ୍ରଚୁର ଜଳର ଅଭାବ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଜଳର ଅପବ୍ୟବହାର କରୁଥିବା ଦେଖିବାକୁ ମିଳିଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ।
ସେପଟେ ରାଜସ୍ଥାନରେ ଫାଲୋଡିରେ ୫୧ ଡ଼ିଗ୍ରୀ ଏବଂ ୫୦.୮ ଡ଼ିଗ୍ରୀ ରେକର୍ଡ ହୋଇଛି ।

ସେହିଭଳି ହରିୟାଣାର ସିର୍ସାରେ ୫୦.୩ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ ଦକ୍ଷିଣ ରାଜସ୍ଥାନର ବାରମ,ର୍ ଯୋଧପୁର, ଉଦୟପୁର, ସାଇରୋହି, ଏବଂ ଜାଲୋରରେ ୪ ଡ଼ିଗ୍ରୀ ତାପମାତ୍ରା ହ୍ରାସ ଘଟି ଆଜି ଉତ୍ତର-ପଶ୍ଚିମ ଭାରତ ଉପରେ ହିଟ ୱେଭ ହ୍ରାସ ହେବାର ସୂଚାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+