ସ୍କୁଲ୍ ଫି ଉପରେ ହାଇକୋର୍ଟଙ୍କ ବଡ଼ ରାୟ, ଏଣିକି ଫି ଦେଇନପାରିଲେ.....
ଫି ଦେଇପାରି ନଥିବାରୁ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ସସ୍ପେଣ୍ଡ କରିଥିବା ଦ୍ୱାରାକ ଦିଲ୍ଲୀ ପବ୍ଲିକ ସ୍କୁଲକୁ କଡା ସମାଲୋଚନା କରିଛନ୍ତି ହାଇକୋର୍ଟ । ଜଷ୍ଟିସ ସଚିନ ଦତ୍ତାଙ୍କୁ ନେଇ ଗଠିତ ଜଣକିଆ ବେଞ୍ଚ କହିଛନ୍ତି ସ୍କୁଲ ଫି ଦେଇ ନ ପାରିବାରୁ ଛାତ୍ରଛାତ୍ରୀଙ୍କୁ ଧମକ ଦିଆଯାଇପାରିବ ନାହିଁ । ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ହରକତ ମାନସିକ ନିର୍ଯାତନା ସହ ସମାନ ଏବଂ ଏହା ଛାତ୍ରଛାତ୍ରୀଙ୍କ ଆତ୍ମସମ୍ମାନ ପ୍ରତି ଆଘାତ ପହଞ୍ଚାଇଥାଏ ।
ହାଇକୋର୍ଟ କହିଛନ୍ତି ଯେ, ସ୍କୁଲ କେବଳ ଅର୍ଥ ଉପାର୍ଜନର ମାଧ୍ୟମ ନୁହେଁ । ସ୍କୁଲର ପ୍ରଥମ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ଓ ସେମାନଙ୍କ ନୈତିକ ମୂଲ୍ୟବୋଧର ବିକାଶ ଘଟାଇବା । କେବଳ ଏକ ବ୍ୟବସାୟିକ ସଂସ୍ଥା ଭାବେ କାମ କରିବା ସ୍କୁଲର ଉଦ୍ଦେଶ୍ୟ ନୁହେଁ ।

ନିଜର ସେବା ପ୍ରଦାନ ଲାଗି ସ୍କୁଲ ଅବଶ୍ୟ ଫି ନେଇଥାଏ, କିନ୍ତୁ ଏହାକୁ ଏକ ବ୍ୟବସାୟିକ ସଂସ୍ଥା ଭାବେ ବିବେଚନା କରାଯାଇ ପାରିବ ନାହିଁ । ତେବେ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାକମାନେ ବିବାଦର ଆପୋସ ସମାଧାନ କିରବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ଏହି ଟିପ୍ପଣୀ ପରେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିନେଇଛି ।
ସୂଚନାଯୋଗ୍ୟ ଯେ ଏହି ମାମଲା ଦ୍ୱାରକା ଡିପିଏସ୍ ସହ ଜଡିତ । ଗତ ମେ ୯ ତାରିଖରେ ଫି ଦେଇ ନଥିବାରୁ ଡିପିଏସ୍ ପକ୍ଷରୁ ୩୨ ଜଣ ଛାତ୍ରଛାତ୍ରୀଙ୍କ ନାଁ କାଟି ଦିଆଯାଇଥିଲା । ମେ ୧୩ ତାରିଖରେ ଏହି ପିଲାମାନେ ସ୍କୁଲରେ ପହଞ୍ଚିବା ପରେ ଗେଟରେ ଉପସ୍ଥିତ ୪ ଜଣ ପୁରୁଷ ଓ ୨ ଜଣ ମହିଳା ବାଉନ୍ସର ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିଥିଲେ ।
ପରେ ସେମାନଙ୍କୁ ସ୍କୁଲ ଭିତରକୁ ନ ପୂରାଇ ଫେରାଇ ଦେଇଥିଲେ । ଏପରିକି ସେମାନଙ୍କୁ ଘରକୁ ପଠାଇ ଦିଆଯିବା ସମ୍ପର୍କରେ ମଧ୍ୟ ଅଭିଭାବକମାନଙ୍କୁ ସୂଚନା ଦିଆଯାଇ ନଥିଲା । ଫଳରେ ୧୦୨ ଜଣ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications