ଦିଲ୍ଲୀ ଦଙ୍ଗା:ଉମର ଖାଲିଦ, ସର୍ଜିଲ ଇମାମଙ୍କ ଜାମିନ ନାମଞ୍ଜୁର
୨୦୨୦ ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନ୍ୟୁର ପୂର୍ବତନ ଛାତ୍ର ଉମର ଖାଲିଦ, ଶର୍ଜିଲ ଇମାମ ଓ ଅନ୍ୟ ୭ ଜଣ ଦିଲ୍ଲୀ ହାଇକୋର୍ଟରେ ନିରାଶ ହୋଇଛନ୍ତି। ସେମାନଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୨୦୨୦ ଦିଲ୍ଲୀ ଦଙ୍ଗା ପଛରେ ଥିବା ବଡ଼ଧରଣର ଷଡ଼ଯନ୍ତ୍ର ପଛରେ ଏହି ଛାତ୍ର ନେତାମାନେ ଥିବା ଅଭିଯୋଗ ହୋଇଛି। ଇମାମ ଏବଂ ଖାଲିଦଙ୍କ ଜାମିନ ଆବେଦନ ୨୦୨୨ ମସିହାରୁ ବିଚାରାଧୀନ ଅଛି। ଏବେ ହାଇକୋର୍ଟ ଜାମିନ ଦେବାକୁ ମନା କରିବା ପରେ ଖାଲିଦ ଓ ଇମାମଙ୍କୁ ପକ୍ଷରୁ ତର୍କ ରଖୁଥିବା ଓକିଲ କହିଛନ୍ତି ଯେ ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ। ଏହା ପୂର୍ବରୁ ସମାନ ମାମଲାରେ ସମ୍ପୃକ୍ତ ଥିବା ତସ୍ଲୀମ ଅହମଦଙ୍କୁ ମଧ୍ୟ ହାଇକୋର୍ଟର ଭିନ୍ନ ଏକ ଖଣ୍ଡପୀଠ ଜାମିନ ଦେବାକୁ ମନା କରିଦେଇଥିଲେ।

ସୂଚନା ଥାଉକି, କେନ୍ଦ୍ର ସରକାରଙ୍କର ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ୨୦୨୦ ଉତ୍ତର ଦିଲ୍ଲୀରେ ବଡ଼ ଧରଣର ହିଂସାକାଣ୍ଡ ହୋଇଥିଲା। ଏହି ଦଙ୍ଗା ପଛରେ ଖାଲିଦ ଓ ଇମାମ ଦୁହେଁ ବଡ଼ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଦଙ୍ଗାରେ ୫୦ରୁ ଅଧିକଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସ ଖାଲିଦ, ଇମାମ ଏବଂ କିଛି ଅନ୍ୟ ଆନ୍ଦୋଳନକାରୀଙ୍କୁ ହିଂସାର "ମାଷ୍ଟରମାଇଣ୍ଡ" ବୋଲି କହିଛି। ଆନ୍ଦୋଳନକାରୀମାନଙ୍କୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି। ସେପ୍ଟେମ୍ବର ୨୦୨୦ ରେ ଗିରଫ ହୋଇଥିବା ଖାଲିଦ ସେବେଠାରୁ ଜେଲରେ ଅଛନ୍ତି। ଗତ ବର୍ଷ, ଡିସେମ୍ବରରେ, ଖାଲିଦଙ୍କୁ ତାଙ୍କ ପରିବାରର ଏକ ବିବାହରେ ଯୋଗଦେବା ପାଇଁ ୭ ଦିନ ପଇଁ ସଂକ୍ଷିପ୍ତ ଅନ୍ତରୀଣ ଜାମିନ ଦିଆଯାଇଥିଲା।
ସରକାରଙ୍କ ପକ୍ଷରୁ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ତଥା ସୋଲିସିଟର ଜେନେରାଲ କୁଷାର ମେହେଟ୍ଟା କହିଥିଲେ ଯେ କେବଳ ଅଧିକ ଦିନ ଜେଲରେ ରହିବା ଜାମିନର କାରଣ ହୋଇନପାରେ ।ଅଭିଯୁକ୍ତମାନେ ବିଶ୍ବସ୍ତରରେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଥିଲେ ।












Click it and Unblock the Notifications