କେଜ୍ରିୱାଲଙ୍କୁ ଲାଗିଲା ବଡ଼ ଝଟକା, ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଲାଗିଛି ବଡ଼ ଝଟକା । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏକ୍ସାଇଜ ପଲିସି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଚ୍ୟାଲେଞ୍ଜ କରିଥିଲେ ।

ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଗିରଫକୁ ବୈଧ ବୋଲି କହିଛନ୍ତି । କୋର୍ଟ କହିଛନ୍ତି, ଇଡି କେଜ୍‌ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଛି । ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ସ୍ୱର୍ଣ୍ଣା କାନ୍ତ ଶର୍ମା ଏହି ରାୟ ଶୁଣାଇଛନ୍ତି । ସେ କହିଛନ୍ତି ଯେ, ଏହା କେନ୍ଦ୍ର ସରକାର ଓ କେଜ୍ରିୱାଲଙ୍କ ଭିତରେ ମାମଲା ନୁହେଁ ।

arvind kejriwal

ବରଂ ଏହା ଇଡି ଏବଂ କେଜ୍ରିୱାଲଙ୍କ ଭିତରେ ମାମଲା । ମନି ଲଣ୍ଡ୍ରିଂ ମାମଲାରେ ଏଜେନ୍ସି ତାକୁ ଗିରଫ କରିଛି । ତେଣୁ କାହାକୁ ବି ଏ ମାମଲାରେ ବିଶେଷାଧିକାର ଦିଆଯିବ ନାହିଁ । ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ । ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ଆମ୍ ଆଦମୀ ପାର୍ଟି ଆସନ୍ତାକାଲି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+