Delhi Liquor Policy Case: ଦିଲ୍ଲୀ ହାଇକୋର୍ଟରେ ସିସୋଦିୟାଙ୍କ ଜାମିନ ଆବେଦନ ଖାରଜ
Delhi Liquor Policy Case: ଦିଲ୍ଲୀ ଲିକର୍ ପଲିସି ପ୍ରସଙ୍ଗରେ ମନୀଷ ସିସୋଦିଆଙ୍କୁ ଲାଗିଲା ବଡ଼ ଝଟକା । ପ୍ରଥମେ ନିମ୍ନ ଅଦାଲତ ତାଙ୍କ ହେପାଜତକୁ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ ଜାମିନ ମିଳିନାହିଁ।
ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ମନୀଷ ସିସୋଦିଆ ଏବଂ ଇଡି ଓକିଲଙ୍କ ସଂକ୍ଷିପ୍ତ ଟିପ୍ପଣୀ ବିଷୟରେ ଉଲ୍ଲେଖ କରିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ଟ୍ରାଏଲ କୋର୍ଟର ପ୍ରାଧିକରଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଥିଲା । ତେବେ କେବଳ ଶୁଣାଣିରେ ବିଳମ୍ବ ଆଧାରରେ ଜାମିନ ମିଳିପାରିବ ନାହିଁ । ବେଞ୍ଚ ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟ ନିଜେ କହିଛନ୍ତି ଯେ ଯେତେବେଳେ ସିସୋଦିଆ ଜାମିନ ଆବେଦନ କରିବେ ସେତେବେଳେ ଟ୍ରାଏଲ କୋର୍ଟ ଏହାର ମନ୍ତବ୍ୟ ଦ୍ୱାରା ପ୍ରଭାବିତ ନହୋଇ ନିଷ୍ପତ୍ତି ନେବା ଉଚିତ।

ସୂଚନା ଅନୁସାରେ, ଦିଲ୍ଲୀ ଏକ୍ସାଇଜ୍ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଗତ ବର୍ଷ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଅର୍ଥ ହେରଫେର ଘଟଣାର ତଦନ୍ତ କରୁଛି ଇଡି।












Click it and Unblock the Notifications