ଅରବିନ୍ଦଙ୍କୁ ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତ ଦୁର୍ନିତ ମାମଲାରେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ ଝଟକା ଲାଗିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଦୁଇ ସପ୍ତାହ ମଧ୍ୟରେ କୋର୍ଟ ଇଡିରୁ ଉତ୍ତର ମାଗିଛନ୍ତି ।
କେଜରିୱାଲଙ୍କ ଆବେଦନ ଉପରେ ହାଇକୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରୁ ଜବାବ ମାଗିଛନ୍ତି ଏବଂ କେଜରିୱାଲଙ୍କ ଆବେଦନକୁ ମୁଖ୍ୟ ଆବେଦନ ସହିତ ଟ୍ୟାଗ କରିଛନ୍ତି । ଆସନ୍ତା ଏପ୍ରିଲ ୨୨ରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ ।

ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସମୟରେ ଇଡି କୋର୍ଟଙ୍କୁ କହିଥିଲା ଯେ, କେଉଁ ଆଧାରରେ ସିଏମ କେଜ୍ରିୱାଲଙ୍କୁ ପଚରାଉଚରା କରୁଛନ୍ତି । ଏହି ସମୟ ମଧ୍ୟରେ ଜଜ୍ ସମସ୍ତ ତଥ୍ୟ ନେଇ ତାଙ୍କ ଚାମ୍ବରକୁ ଯାଇଥିଲେ ଏବଂ ଶୁଣାଣି ପୁଣି ଆରମ୍ଭ ହୋଇଥିଲା । ଇଡି କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ ସେହି ତଥ୍ୟଗୁଡିକ କେବଳ କୋର୍ଟଙ୍କ ଦ୍ୱାରା ଦେଖାଯିବା ଉଚିତ କିନ୍ତୁ ଅରବିନ୍ଦ କେଜ୍ରିୱାଲଙ୍କ ଓକିଲଙ୍କୁ ଦେଖାଯିବା ଉଚିତ ନୁହେଁ ।
ସେ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି ବୋଲି କୋର୍ଟରେ ଯୁକ୍ତି ଦର୍ଶାଇଥିଲା ଇଡି । ସେମାନେ ଯେକୌଣସି ସମୟରେ ଭିପାସାନା ଯାଆନ୍ତି କିନ୍ତୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ଆସନ୍ତି ନାହିଁ ବୋଲି କହିଥିଲା ଇଡ଼ି ।
ସୂଚନାନୁସାରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି କେଜ୍ରିୱାଲ ଅନ୍ତରୀଣ ଜାମିନ ମାଗି ତାଙ୍କ ବିରୋଧରେ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାର ଚାଲିଥିବା ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ଏଥିସହିତ ତାଙ୍କୁ ଗିରଫ କରିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅଟକା ଯାଉ ବୋଲି କ୍ରେଜିୱାଲ କୋର୍ଟରେ ପହଞ୍ଚି କହିଥିଲେ ।
ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ୯ମ ଥର ସମନ ପଠାଇ ହାଜର ହେବାକୁ କହିଛି । ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ହାଇକୋର୍ଟରେ ଇଡିର ସମନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ ।












Click it and Unblock the Notifications