ଏହି ମାମଲାରେ ସିବିଆଇର ୩ ଅଧିକାରୀଙ୍କୁ ହେପାଜତରେ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଦେଶରେ CBI ଓ ED ପରି ଶୀର୍ଷ ତଦନ୍ତକାରୀ ସଂସ୍ଥାରେ ହେଉଥିବା ଦୁର୍ନୀତି ଉପରେ ଟିପ୍ପଣୀ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ରୀୟ ଏଜେନ୍ସିରେ ଭ୍ରଷ୍ଟାଚାର ହେଉଥିବା ମାମଲା ସାମ୍ନାକୁ ଆସିଥିଲା । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସିବିଆଇର ୩ ଅଧିକାରୀଙ୍କୁ ହେପାଜରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ନିନା ବଂଶଲ କ୍ରିଷ୍ଣା କହିଛନ୍ତି, ସିବିଆଇ-ଇଡି଼ ସମେତ ଅନ୍ୟ ଏଜେନ୍ସିଂରେ ଦୁର୍ନୀତି ହେବା ଅନନ୍ୟ । ଯାହା ଆମର କାର୍ଯ୍ୟପାଳିକା ଏବଂ ତଦନ୍ତକୁ ଦୋହଲାଇ ଦେଇଛି ।
ଯାହାର ପ୍ରାଥମିକ ଦାୟିତ୍ୱ ଅପରାଧଙ୍କ ଦତନ୍ତ କରିବା ଏବଂ ଅପରାଧିତଙ୍କୁ ସଜ୍ଜା ଦେବା । ହେଲେ ସେମାନେ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି । ଅଭିଯୋଗରୁ ଜଣାପଡିଛି କି ସରକାରୀ ଅଧିକାରୀଙ୍କ ଦ୍ୱାରା ଭ୍ରଷ୍ଟାଚାର ଏହା ଗୋଟିଏ ମାମଲା ନୁହେଁ, ବରଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ମଧ୍ୟରେ ଏହା ଏକ ବଡ଼ ଷଡଯନ୍ତ୍ରଙ୍କୁ ଦର୍ଶାଉଛି ।''

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ମାମଲାରେ ବଡ଼ ଷଡଯନ୍ତ୍ର ହୋଇଥିବା ଜଣାପଡିଛି । ତଦନ୍ତର ପ୍ରାରମ୍ଭକ ଚରଣରେ ହେପାଜତରେ ନେଇ ପଚରାଉଚରା କରିବାକୁ ସେମାନେ ମନା କରିପାରିବେ ନାହିଁ । ଷଡଯନ୍ତ୍ର ହୋଇଥିବା ଗମ୍ଭୀରତା ଓ ପରିଣାମକୁ ଦେଖି ୩ ଅଧିକାରୀଙ୍କୁ ଦୁଇଦିନିଆ ପୋଲିସ ରିମାଣ୍ଡରେ ନିଆଯାଇଛି । ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।
ଅଧିକାରୀଙ୍କୁ ହେପାଜତରେ ନେବାକୁ ଯେଉଁ ଯାଚିକା ଆଧାରରେ ନିର୍ଦ୍ଦେଶ ଆସିଛି ସେଥିରେ ୩ ଅଧିକାରୀଙ୍କୁ ରିମାଣ୍ଡରେ ନେବାକୁ ମନା କରିବା ପରେ ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ଯାଚିକା ଦାୟର ହୋଇଥିଲା । ଅଭିଯୋଗକାରୀ ଅଭିଯୋଗ କରିଥିଲେ କି ସିବିଆଇ ଅଧିକାରୀଙ୍କ ସହ ଜଡ଼ିତ ଦୁଇ ମାମଲାର ସମାଧାନ କରିବାକୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଇଥିଲା । ଯାହାକୁ କମାଇ ୩୫ ଲକ୍ଷ ଟଙ୍କା କରାଯାଇଥିଲା ।












Click it and Unblock the Notifications