ସଂସଦ ସୁରକ୍ଷା ତ୍ରୁଟି ମାମଲା: ୨ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍
ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଆସିଛି ବଡ଼ ଅପଡେଟ୍ । ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ୨ ଜଣ ଅଭିଯୁକ୍ତ ନୀଲମ୍ ଆଜାଦ ଓ ମହେଶ କୁମାବତଙ୍କୁ ବୁଧବାର ଜାମିନ୍ ଦେଇଛନ୍ତି । ସୂଚନା ମୁତାବକ, ଦିଲ୍ଲୀ ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କ ଜାମିନ୍ ପିଟିସନକୁ ବିରୋଧ କରିଥିଲା । ଯଦିଓ ସେମାନଙ୍କୁ ଏବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । କହି ରଖୁଛୁ, ୨୦୨୩ରେ ଲୋକସଭା ଭିତରେ ପଶି ହଳଦିଆ ଗ୍ୟାସ୍ ଛଡ଼ା ଯାଇଥିଲା ଏବଂ ନାରାବାଜି କରାଯାଇଥିଲା ।
ଦିଲ୍ଲୀ ହାଇକୋର୍ଟ ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଅଭିଯୁକ୍ତ ନୀଲମ୍ ଆଜାଦ ଓ ମହେଶ କୁମାବତଙ୍କୁ ଜାମିନ୍ ପ୍ରଦାନ କରି କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । କୋର୍ଟ କହିଛନ୍ତି ଯେ ଜାମିନ୍ ସମୟରେ ଦୁହେଁ ଗଣମାଧ୍ୟମ ସହ କୌଣସି କଥାବାର୍ତ୍ତା କରିବେ ନାହିଁ । ଏଥିସହ ସେମାନେ ସୋସିଆଲ ମିଡିଆରେ କିଛି ପୋଷ୍ଟ ମଧ୍ୟ କରିବେ ନାହିଁ । ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ଏବଂ ଜଷ୍ଟିସ୍ ହରିଶ୍ ବୈଦ୍ୟନାଥନ୍ ଶଙ୍କରଙ୍କ ଖଣ୍ଡପୀଠ ଉଭୟ ଅଭିଯୁକ୍ତଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଏବଂ ସମାନ ପରିମାଣର ଦୁଇ ଜାମିନଦାରଙ୍କ ଉପରେ ଆଶ୍ଵସ୍ତି ପ୍ରଦାନ କରିଛନ୍ତି ।

ଏହା ପୂର୍ବରୁ ନିମ୍ନ ଅଦାଲତ ଏହି ମାମଲାରେ ଅଭିଯୁକ୍ତମାନଙ୍କ ଜାମିନ୍ ପିଟିସନକୁ ଖାରଜ କରିଦେଇଥିଲେ । ଏହାପରେ ଅଭିଯୁକ୍ତମାନେ ନିମ୍ନ ଅଦାଲତଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଦିଲ୍ଲୀ ହାଇକୋର୍ଟ ନୀଲମ୍ ଆଜାଦ ଓ ମହେଶ କୁମାବତଙ୍କ ଜାମିନ୍ ଆବେଦନର ଶୁଣାଣି ପରେ ମେ' ୨୧ରେ ନିଜର ରାୟ ସଂରକ୍ଷିତ ରଖିଥିଲେ । ପୋଲିସ କୋର୍ଟରେ ଯୁକ୍ତି ଦର୍ଶାଇଥିଲା ଯେ ୨୦୦୧ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ଭୟାବହ ସ୍ମୃତିକୁ ତାଜା କରିବା ଥିଲା ଅଭିଯୁକ୍ତମାନଙ୍କ ଉଦ୍ଦେଶ୍ୟ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications