ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ହୋଇଥିଲା ମାମଲା ରୁଜୁ , କୋର୍ଟ କହିଲେ ଆବେଦନକାରୀଙ୍କ ମୁଣ୍ଡ.....
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ମାମଲା ନେଇ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ କଡ଼ା ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ଘୋଷଣା କରାଯିବାକୁ ଦାବି କରି ଦାଖଲ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି ।
ଯାଚିକା ରଦ୍ଦ କରିବା ସହ କୋର୍ଟ କହିଛନ୍ତି, ଯାଚିକାକର୍ତ୍ତା ମାନସିକ ଭାବେ ଅସୁସ୍ଥ ଅଛନ୍ତି । ମୁଖ୍ୟ ବିଚାରପତି ମନମୋହନ ଓ ତୁଷାର ରାବ ଗଡେଲା ଯାଚିକାକର୍ତ୍ତା ଦୀପକ କୁମାରଙ୍କୁ ନିଜ ସ୍ୱାସ୍ଥ୍ୟବସ୍ଥା ଧ୍ୟାନ ରଖିବାକୁ କହିଛନ୍ତି । କୋର୍ଟ ତାଙ୍କୁ ମାନସିକ ରୋଗ ଚିକିତ୍ସା ଆକ୍ଟ ଅଧିନରେ ଥିବା ଅଧିକାରକୁ ମଧ୍ୟ ତାଙ୍କ ଉପରେ ପ୍ରୟୋଗ କରିବାକୁ ଚେତାଇ ଦେଇଛନ୍ତି ।
କୋର୍ଟ ଏପରି ନିର୍ଦ୍ଦେଶ ଦେବାର କାରଣ, ଦୀପକ ନିଜ ଯାଚିକାରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟ ସମ୍ବିଧାନ ପ୍ରତି ମିଛ ଶପଥ ନେଇଛନ୍ତି । ସୁଚନାନୁସାରେ କ୍ୟାପଟେନ ଦୀପକ କୁମାର ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ କରିଥିଲେ ।

ବିମାନରେ ପାଇଲଟ୍ ଭାବରେ ଆବେଦନକାରୀ ଦୀପକଙ୍କୁ ପୋଷ୍ଟ କରାଯାଇଥିଲା । ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୁଲ ଭାବେ ଶପଥ ନେଇଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି । ଏହି କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ଉଚିତ୍ । ବର୍ତ୍ତମାନ ହାଇକୋର୍ଟର ଏକ ବେଞ୍ଚ ଏହି ଆବେଦନକୁ ଖାରଜ କରିଛନ୍ତି ।












Click it and Unblock the Notifications