ୱାକଫ ବିଧେୟକ ଉପରେ ଦିଲ୍ଲୀ ହଜ୍ କମିଟିର ଅଧ୍ୟକ୍ଷା କଲେ ନିଜର ଆଭିମୁଖ୍ୟ ସ୍ପଷ୍ଟ,କହିଲେ ଯେଉଁମାନେ ସମ୍ପ୍ରଦାୟର ...

ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ ୨୦୨୫ ଆଗତ କରାଯାଇଛି । ଏବେ ବି ଏହା ଉପରେ ସଂସଦରେ ଯୁକ୍ତି ତର୍କ ଚାଲିଛି । ମୁସଲମାନ ସମ୍ପ୍ରଦାୟର ବିକାଶ ତଥା ଦେଶର ଅଗ୍ରଗତି ପାଇଁ ବିଜେପି ସରକାର ଏହାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ବର୍ଣ୍ଣନା କରିଥିବା ବେଳେ, ବିରୋଧୀ ଦଳ, ଏହି ବିଲରେ ପରିବର୍ତ୍ତନ କରି କେନ୍ଦ୍ର ସରକାର କେବଳ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ବିଧେୟକକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଆସୁଛନ୍ତି। ଏହା ମଧ୍ୟରେ ବିଧେୟକକୁ ସ୍ବାଗତ କରିଛନ୍ତି ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା କୌସର ଜାହାଁ। କୌସର କହିଛନ୍ତି, ବିଧେୟକକୁ ସେ ସ୍ବାଗତ କରିୁଛନ୍ତି। ଯେଉଁମାନେ ଦେଶର ମଙ୍ଗଳ ଚାହୁଁନାହାନ୍ତି, ସେମାନେ ହିଁ ଏହାକୁ ବିରୋଧ କରୁଛନ୍ତି। ସ୍ବଚ୍ଛତା, ଦାୟିତ୍ଵାଧୀନତା ଏବଂ ନିରପେକ୍ଷତା

Delhi Haj Committee

ଦିଗରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ସାମ୍ପ୍ରତିକ ସ୍ଥିତିରେ ଏହା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରସ୍ଥିତିରେ ୱାକଫ ବୋର୍ଡ ଏବଂ ୱାକଫ ସମ୍ପତ୍ତି ପରିବର୍ତ୍ତନ ଚାହୁଁଛି। ପ୍ରକୃତ ହିତାଧିକାରୀ ଏବଂ ଅବହେଳିତ ମୁସଲମାନ ବର୍ତ୍ତମାନର ୱାକଫ ବୋର୍ଡରୁ କୌଣସି ଲାଭ ପାଉନାହାନ୍ତି। ତେଣୁ ସେମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ଦିଗରେ ଏହା ଅତ୍ୟନ୍ତ ଭଲ ପଦକ୍ଷେପ ବୋଲି କୌସର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+